ଓଡ଼ିଆ ବାର୍ତ୍ତା/ କଲମପୁର: ସ୍ଥାନୀୟ ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ-ଦିବସୀୟ ଆନ୍ତଃ-ମହା ବିଦ୍ୟାଳୟ ମହିଳା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ, ଓଡ଼ିଶା ରାଜ୍ୟ ଶାଖା ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ବାରିକ ରେଡକ୍ରସ୍ ପତାକା ଉତ୍ତୋଳନ କରି ଉଦ୍ଘାଟନ କରିବା ସହ ସଚେତନତା ସଭାରେ ସଭାପତିତ୍ୱ କରିଥିଲେ। କଲମ ପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ତା ମୁଖ୍ୟ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସାଧନ ବ୍ୟକ୍ତିତ୍ୱ ଭାବେ “ମହିଳା ଜୀବନ ଚକ୍ର ” ବିଷୟରେ ସ୍ଥାନୀୟ ଆୟୁଷ ଡାକ୍ତର ଡ. ଅମୂଲ୍ୟ କୁମାର ବେହେରା , “ପୋଷଣ” ବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିର୍ବାସିନୀ ଦେଈ , “କିଶୋରୀ ସ୍ବାସ୍ଥ୍ୟ : ମାସିକ ଧର୍ମ ଓ ସ୍ବଚ୍ଛତା ” ବିଷୟରେ ଡାକ୍ତର ଗୀତାଞ୍ଜଳି ପଣ୍ତା, ” ମାନସିକ ସ୍ବାସ୍ଥ୍ୟ ଓ ଆତ୍ମ-ଯତ୍ନ” ବିଷୟରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ଯକ୍ରମରେ କ୍ୟାପଟେନ୍ ଭବାନୀ ଶଙ୍କର ପଣ୍ତା, ଡ . ନୃସିଂହାନନ୍ଦ ସାସମଲ , ବିଭୂତି ଭୂଷଣ ପଟ୍ଟନାୟକ , ବିଜୟ କୁମାର କର, ଦଶମନ୍ତ ରଣା ନୃସିଂହ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ଧରଣୀଧର ପୂଝାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରାଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଜକ ମହା ବିଦ୍ୟାଳୟ ସମେତ ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ -କଲମପୁର, ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ- କରଚଲା, ପତିତ ପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ- ଅରେବେଡ଼ା, ସୁଧାଂଶୁ ଶେଖର ନେଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ – କର୍ଲାକୋଟ ( ଚିଲିଗୁଡ଼ା), ମୋହନ ପ୍ୟାରୀ ନୀଳାମ୍ବର ନେଗି ଡିଗ୍ରୀ ମହାବିଦ୍ୟାଳୟ- ରାଜପୁର ଆଦି ମହାବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିବା ମୋଟ ୧୧୦ ଜଣ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ରୀଙ୍କୁ ଅଂଶ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ଆୟୋଜକ ମହା ବିଦ୍ୟାଳୟର ଅଧ୍ୟାପିକା ପୂଣ୍ୟତୋୟା ପାଢ଼ୀ, ଅଧ୍ୟାପକ ପ୍ରଶାନ୍ତ କଟା, ଗ୍ରନ୍ଥାଗାରିକ – ତ୍ରୈଲୋକ୍ୟ ଧଙ୍ଗଡାମାଝୀ, କ୍ରୀଡ଼ା ପ୍ରଶିକ୍ଷକ- ସୁରେନ୍ଦ୍ର ପ୍ରସାଦ ବେହେରା, କିରାଣୀ – ମହେନ୍ଦ୍ର କୁମାର ପଣ୍ତା ଓ ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





