କୁଶୁର୍ଲା ସରସ୍ବତୀ ଶିଶୁ ମନ୍ଦିରର ପ୍ରାଚୀର ପତ୍ର ଉନ୍ମୋଚିତ

କଳାହାଣ୍ଡି, ୧୮/୯ (ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସରସ୍ବତୀ ଶିଶୁ ମନ୍ଦିରରେ ସାହିତ୍ୟ ସୃଜନଶୀଳ ପ୍ରାଚୀର ପତ୍ରିକା “ତଥାସ୍ତୁ” ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବରିଷ୍ଟ ସମାଜସେବୀ ଲକ୍ଷ୍ମଣ କୁମାର ବେହେରା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟବକ୍ତା,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାଚୀରପତ୍ର ସମ୍ପାଦକ ଚୂଡାମଣୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ସଭାପତିତ୍ବ କରିଥିଲେ। ଏହା ପରେ ଅତିଥିମାନେ ସାହିତ୍ୟର ଉନ୍ନତି ପାଇଁ ପ୍ରାଚୀର ପତ୍ରର ଭୂମିକା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ କୈଳାସ ପଧାନ ପରିଚୟ ପ୍ରଦାନ କରିଥିବା ବେଳେ କେଶବ ଭୋଇ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ଶତାଧିକ ଛାତ୍ରଛତ୍ରୀ, ଅଭିଭାବକ ଯୋଗଦାନ କରିଥିଲେ। ପରିଶେଷରେ ଶିଶୁ ମନ୍ଦିର ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.