ଜେକେ କାଗଜ କଳ ରାବଣ ପୋଡିରେ ୨୦ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଜନସମାଗମ

ରାୟଗଡ,୯/୧୦: ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅଧୀନସ୍ଥ ଜେକେପୁର ଠାରେ ଜେକେ କାଗଜ କଳ ଦ୍ୱାରା ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗା ପୂଜାର ରାବଣ ପୋଡି କାର୍ଯ୍ୟକ୍ରମରେ ୨୦ହଜାରରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଉପସ୍ଥିତ ରହିଥିଲେ ।

ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି ତଥା ଦୁର୍ଗା ପୂଜା କମିଟିର ଅଧ୍ୟକ୍ଷ ପବନ କୁମାର ସୂରୀ, ସଂପାଦକ ସଂଦୀପ ପାଣ୍ଡେ, ଯୁଗ୍ମ ସଂପାଦକ ଏସ.କେ.ସାମନ୍ତରାଏଙ୍କ ସମତେ ଉପଦେଷ୍ଠା ମଣ୍ଡଳୀର ବିନୟ ଦ୍ୱିବେଦୀ, ବିଶ୍ୱଜିତ ଦ୍ୱିବେଦୀ, ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ପୁଜା କମିଟି ପକ୍ଷରୁ ଚଳିତ ବର୍ଷ ୫୦ଫୁଟ ଉଚ୍ଚତାର ରାବଣ ପୁତଲିକା ତିଆରି ହୋଇଥିବା ବେଳେ ରାବଣ ପୋଡି ଓ ସୁନ୍ଦର ଆତସବାଜ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ଅସତ୍ୟ ଉପରେ ସତ୍ୟର, ଅନ୍ଧାର ଉପରେ ଆଲୋକ ଓ ଅଧର୍ମ ଉପରେ ଧର୍ମର ବିଜୟ ବୋଲି ମୁଖ୍ୟ ଅତିଥି ଶ୍ରୀ ସର୍ବଣା ବିବେକ ପ୍ରକାଶ କରିଥିଲେ । ସେହିପରି ପୂଜା ମଣ୍ଡପ ପଡିଆର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମୀନାବଜାର ଓ ସୁସ୍ୱାଦ୍ୟ ଖାଦ୍ୟଷ୍ଟଲଗୁଡିକରେ ଜନସମାଗମ ଦେଖିବାକୁ ମିିଳିଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଚାନ୍ଦିଲି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.