ଆଜିଠୁ ଆରମ୍ଭ ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା

ସୋନପୁର,୧୨/୧୦ : ସୁବର୍ଣ୍ଣପୁରର ପ୍ରସିଦ୍ଧ ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରିଗୌରୀ ଯାତ୍ରା ଅନ୍ୟତମ । ସ୍ଥାନିୟ ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀମାଁଙ୍କ ମନ୍ଦିର ପ୍ରାଙ୍ଗଣ ଏହି ଯାତ୍ରାର ଆଦି ପୀଠ ଭାବେ ବେଶ ପରିଚିତ । ପରମ୍ପରା ଅନୁଯାୟୀ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟା ପରେ ସୁବର୍ଣ୍ଣପୁର ସହରର ଇଷ୍ଟଦେବ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁଙ୍କ ନିଜସ୍ୱ ଜମିରୁ ଧାନଗଛକୁ ମାଁ ଗୌରୀଙ୍କ ରୂପରେ ପୁଷ୍ପ ଚନ୍ଦନଦେଇ ବରଣ କରାଯାଇ ଏକ ଥାଳ ମଧ୍ୟରେ ସ୍ଥାପନ କରାଯାଇଥାଏ । ପରେ ଏକ ବିରାଟ ପଟୁଆରରେ ଜଣେ ଅବିବାହିତ ପୁରୁଷ ମୁଣ୍ଡରେ ମାଁ ଗୌରୀଙ୍କୁ ଧାରଣ କରିବାର ବିଧି ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାଁ ଗୌରୀ ଶୋଭାଯାତ୍ରାରେ ଆସୁଥିବା ବେଳେ ପଡାର ସମସ୍ତେ ମାଁଙ୍କ ଶୁଭ ଆଗମନ ପାଇଁ ଘର ଆଗରେ ପୁର୍ଣ୍ଣ କଳସ ଓ ଜାଗର ବସାଇ ସ୍ୱାଗତ କରିଥାନ୍ତି । ସହରରେ ଥିବା ଢେରା ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏହି ଯାତ୍ରାକୁ ସେମାନଙ୍କ ଭାଷାରେ ଗୌରାମ୍ମା ସମ୍ରାଲୁ ମଧ୍ୟ କୁହାଯାଇଥାଏ । ସୁବର୍ଣ୍ଣପୁର ସହରର ଏହି ଯାତ୍ରା କେବଳ ଏକ ନିର୍ଦ୍ଦିଷ୍ଟ ସମ୍ପବଦାୟ ମଧ୍ୟରେ ସୀମିତ ନ ରହି ସହରବାସୀଙ୍କ ମଧ୍ୟରେ ଏକ ଭାତୃଭାବର ଜ୍ୱଳନ୍ତ ନିଦର୍ଶନ ପାଲଟିଛି । ଏବର୍ଷ ଅକ୍ଟୋବର ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସୁବର୍ଣ୍ଣପୁରର ପ୍ରସିଦ୍ଧ ଶ୍ରୀ ଶ୍ରୀ ହରଗୌରୀ ଯାତ୍ରା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

Udyog Nursery
Udyogi Nursery

ଏହା ସହିତ ଚଳିତ ବର୍ଷ ପୂଜାରେ ସମଗ୍ର ଯାତ୍ରାଞ୍ଚଳକୁ ସମ୍ପୁର୍ଣ୍ଣ ପଲିଥିନ ମୁକ୍ତ କରାଯିବା ସହ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୨୦ ତାରିଖ ଦିନ ହରଗୌରୀଙ୍କ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.