ଉର୍ଲାଦାନୀ ଭଳି ଉପାନ୍ତ ଇଲାକାରେ ନାଟ୍ୟ ଆନ୍ଦୋଳନର ମଂଗ ଧରିଛି ଶହୀଦ ରେଣ୍ଡୋମାଝୀ ରଂଗମଂଚ

୨୯ତମ ନାଟକ ଉପରବାଲାର ଖେଳ ମଂଚସ୍ଥ

କଳାହାଣ୍ଡି,୧୨/୧୦(ହେମନ୍ତ ସାହୁ): ମ.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଇଲାକା ଭାବରେ ଏବେ ଲୋକମାନସରେ ପରିଚିତି ଲାଭ କରିଥିବା ଉର୍ଲଦାନୀ ପଂଚାୟତ ଯେ ଦିନେ ଶହୀଦ ରେଣ୍ଡୋମାଝୀ ଭଳି କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇ ଥିଲା ଏବଂ ସେଇ ବୀର ଶହୀଦ ହେବା ପରେ ଏବେ ଉର୍ଲଦାନୀ ପଂଚାୟତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଇପାରିଛି । କେବଳ ସେତିକିନୁହେଁ ଗତ ୨୯ ବର୍ଷ ଧରି ଏହି ରଂଗମଂଚରେ ନାଟକ ପରିବେଷଣ କରାଯାଇଆସିବା ଆଜିର ଅତ୍ୟାଧୁନିକ ଯୁଗରେ ଏକ ମାଇଲଖୁଂଟ ସଦୃଶ । ଓଡ଼ିଶା ନାଟ୍ୟ ଆନ୍ଦୋଳନର ପ୍ରମୁଖ ଭୂମିକା ନିର୍ବାହ କରୁଛି ଏହି ଶହୀଦ ରେଣ୍ଡୋମାଝୀ ରଂଗ ମଂଚ । ଏହି ଭଳି ମତ ପ୍ରକାଶ ପାଇଥିଲା ତାର ୨୯ ତମ ନାଟକ ଉପରବାଲାର ଖେଳ ର ମଂଚ ଉଦଘାଟନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହି ରଂଗମଂଚର ମହନୀୟତା ଏବଂ ନିଷ୍ଠା ତଥା ଅତ୍ୟାଧୁନିକ ସାଜସଜ୍ଜା ସହ ପେଶାଦାର ଅଭିନେତ୍ରୀମାନଙ୍କୁ ସାମିଲ କରିବା ପ୍ରଶଂସନୀୟ ଉଦ୍ୟମ ଏବଂ ସମସ୍ତ ଉଦ୍ୟୋକ୍ତା ଧନ୍ୟବାର୍ଦାହ ବୋଲି ମତବ୍ୟକ୍ତ କରିଥିଲେ ।

ଚଳିତ ବର୍ଷ ମଂଚସ୍ଥ ନାଟକ ଇଂ ଆଶୁତୋଷ ମହାପାତ୍ରଙ୍କ ରଚିତ ଉପରବାଲାର ଖେଳକୁ ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଗୋକୁଳ ପାତ୍ର । ସଂଗୀତ ବାବୁଲି (ନୟାଗଡ଼) ଦାୟିତ୍ୱ ନର୍ବିାହ କରିଥିବାବେଳେ ଚିତ୍ରାଳୟ ସୋଲପଟାରୁ ଆସିଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଉର୍ଲାଦାନୀ ସରପଂଚ ଗନ୍ଧର୍ବ ପୁଝାରୀ ଯୋଗଦେଇ ମଂଚ ପୂଜା ସହ ମଂଚ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥିଭାବରେ ଜନ୍ମେଜୟ ଶବର(ଶିକ୍ଷକ),ଗଣାଧିପ ପାତ୍ର(ଶିକ୍ଷକ)ବିରଂଚି ବେହେରଦଳେଇ(ସମିତିସଭ୍ୟ),ଗୋପାଳ ରଣା,ଇସାକ ନାଏକ,ଦେବରାଜ ପାତ୍ର,ଗୋକୁଳ ପାତ୍ର(ନିର୍ଦ୍ଦେଶକ) ମଂଚାସୀନ ରହିଥିବାବେଳେ ମଂଚ ପରିଚାଳନା କରିଥିଲେ ଗୌତମ ପାତ୍ର । ଅଭିନୀତ ନାଟକରେ ମୁଖ୍ୟ ଭୂମିକାରେ ଭୈରବ ପାତ୍ର,ଦେବେନ୍ଦ୍ର ପାତ୍ର(କ),ଦେବେନ୍ଦ୍ର ପାତ୍ର(ଖ),କୁଶ ପାତ୍ର,କୌତୁକ ପାତ୍ର,ଶୁଭେନ୍ଦୁ କୁମାର ପାତ୍ର,ଜୟ ପାତ୍ର,ଯୋଗୀରାମ ମାଝୀ,ଶୁଭାଶିଷ କହଁର,ପଦ୍ମନ ପାତ୍ର ଅଭିନୟ କରିଥିବାବେଳେ ସଭାପତି ଗୋପାଳ ରଣା ଓ ସଂପାଦକ ଜୟ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.