କଳାହାଣ୍ଡି,୧୨/୧୦ : ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ପଞ୍ଚାୟତ ଅନ୍ତର୍ଗତ ସାନଦେର୍ଲା ଗାଁରେ ଘଟିଛି ଏକ ଅଘଟଣ। ଗ୍ରାମର ଧନମଣୀ ନାଏକ (୪୦) ଓ ତାଙ୍କ ୪ ବର୍ଷର ପୁଅ ବାବୁ ନାଏକ ଆଜି ଅପରାହ୍ନ ୩.୩୦ରେ ନିଜ ଚାଷଜମିରେ ଠିଆ ହୋଇଥିବା ବେଳେ ବଜ୍ରପାତ ହେତୁ ଘଟଣା ସ୍ଥଳରେ ଧନମଣି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାସ୍ତର କରାଯାଇଥିବା ସୂଚନା ମିଳିଛି ।
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta