ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ

ଆହାର କେନ୍ଦ୍ରର ସୁବିଧାସୁଯୋଗ ଉଠାଇବା ପାଇଁ ପୌର ପରିଷଦର ପ୍ରୟାସ

Omkar Vasthu
Omkar Vasthu

ରାୟଗଡ,୧୩/୧୦ : ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ଜିଲ୍ଳା ସମେତ ଏହାର ଆଖପାଖ ପଡୋଶୀ ଜିଲ୍ଳାର ସାଧାରଣ ଜନତା ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରୁଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଓ ଅସହାୟ ରୋଗୀ ଓ ତାଙ୍କ ସଂପର୍କୀୟମାନେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପାଇଁ ନାହିଁ ନ ଅସୁବିଧା ଭୋଗିବା ସମେତ ଏ ବାବଦକୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତରେ ମୁଖ୍ୟ ଚିକିତ୍ସାଳୟଗୁଡିକକୁ ଆସୁଥିବା ରୋଗୀ ଓ ତାଙ୍କ ସଂର୍ପକୀୟମାନଙ୍କ ପାଇଁ ଆହାର କେନ୍ଦ୍ରଗୁଡିକରେ ୫ଟଙ୍କିଆ ଡାଲମା ଭାତର ବ୍ୟବସ୍ଥା କରିଥିବା ବେଳେ ଅଧିକାଂଶ ଲୋକେ ଏହି ସମ୍ବନ୍ଧରେ ଅଧିକା ଅବଗତ ନ ଥିବାରୁ ଏହାର ସୁବିଧା ସୁଯୋଗ ନେଇ ପାରୁୁନାହାନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ରାୟଗଡ ପୈାର ପରିଷଦ ଆନୁକୂଲ୍ୟରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ସାଥି, ଗୋଷ୍ଠୀ ସଙ୍ଗଠିକା, ପୈାର ପରିଷଦର ପରିମଳ ନିରୀକ୍ଷକ ପି.ବାଲାରାଜୁ, ହିସାବ ରକ୍ଷକ ନିରଂଜନ ସାହୁ ଓ ଅନ୍ୟ କର୍ମଚାରୀ ବୃନ୍ଦ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଥିବା ଗରିବ ତଥା ଅସହାୟ ଲୋକମାନଙ୍କୁ ଆହାର କେନ୍ଦ୍ରର ସୁବିଧା ସୁଯୋଗ ନେବା ପାଇଁ ପ୍ରବର୍ତାଇ ଥିଲେ । ଏଥିରେ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତାମାନେ ସହଯୋଗ କରିଥିଲେ । ଆହାର କେନ୍ଦ୍ରର ଲାଭ କିଭଳି ଗରିବ ଲୋକମାନେ ଅଧିକରୁ ଅଧିକ ଉଠାଇ ପାରିବେ ସେଥିପାଇଁ ପୈାର ପରିଷଧ ତରଫରୁ ପ୍ରୟାସ ଜାରି ରଖାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.