ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବେ ଦର୍ଶକ
ରାୟଗଡ,୧୨/୧୦ : ରାୟଗଡ ସହରର ନ୍ୟୁ କଲୋନୀ ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ୨୪ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସୁନ୍ଦର ସୁସଜ୍ଜିତ ଭାବେ ତୋରଣ ନିର୍ମାଣ କରାଯାଇଥିବା ବେଳେ ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ପୂଜା କମିଟି ତରଫରୁ ୧୩ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ୯ଦିନ ଧରି ମହା ଆଡମ୍ବରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ ।
କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ଦିନରେ ପାଣିଗ୍ରହଣ, ଆବାହନ ଓ ପ୍ରାଣ ପ୍ରତିଷ୍ଠା ସହ ପ୍ରତ୍ୟେହ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଇତ୍ୟାଦି ସହ ସନ୍ଧ୍ୟା ଆଳତୀ ଏବଂ ପୁଷ୍ପାଞ୍ଜଳୀ ଏବଂ ଶେଷ ଦିନ ପୂର୍ଣ୍ଣାହୁତି ଓ ଘଂଟ ବିସର୍ଜନ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ରବିବାର ଦିନ ପୂଜା ଆରମ୍ଭ ସହ ଭଜନ ସଂଧ୍ୟା, ନୃତ୍ୟ, ଅର୍କେଷ୍ଟ୍ରା, ସମ୍ବଲପୁରୀ ଅର୍କେଷ୍ଟ୍ରା ଆଦି ବିଭିନ୍ନ ସାଂସ୍ଖୃତିକ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ରଖା ଯାଇଥିବା ପୂଜା କମିଟି ତରଫରୁ ସୂଚନା ମିଳିଛି । ଏଥିସହ ଦର୍ଶକଙ୍କୁ ଆର୍କଷିତ କରିବା ପାଇଁ ମୀନା ବଜାର ଓ ସୁସ୍ୱାଦ ଖାଦ୍ୟ ଷ୍ଟଲଗୁଡିକ ଲଗାଯାଇଛି ।