ଅଚାନକ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋନପୁର,୧୮/୧୦ : ସୋନପୁର ତହସିଲ କାର୍ଯ୍ୟାଳୟକୁ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଚାନକ ପରିଦର୍ଶନ ଓ ତହସିଲରେ ନିୟୋଜିତ ଥିବା ଜଣେ ହାଇଟେକ ସର୍ଭେ ଗୃପ ମୁଖ୍ୟ ଜିଲାପାଳଙ୍କ ଆଗରେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବାରୁ ତାଙ୍କୁ ତୁରନ୍ତ ଏଠାରୁ ଅପସାରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃକ୍ଷଙ୍କୁ ଲିଖିତ ଭାବେ ଜଣାଇବା, ସେହି ସମୟରେ ସେଠାରେ ଅନୁପସ୍ଥିତ ଥିବା ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ପାଇଁ ଆଦେଶ ଦେବା ଜିଲାର କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି କରିଛି ।

ପ୍ରାପ୍ତ ସୂଚନା ଅନୁସାରେ ଜିଲାପାଳ ହଠାତ ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ସମୟରେ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମନମୁଖି କାର୍ଯ୍ୟକଳାପ ଦେଖି ବିସ୍ମିତ ହୋଇଥିଲେ । କାର୍ଯ୍ୟାଳୟରେ ନିୟୋଜିତ ଥିବା ହାଇଟେକ୍ ସର୍ଭେ ଗୃପ ମୁଖ୍ୟ ବଂଶୀଧର ମହାପାତ୍ର ନାମକ ଜଣେ କର୍ମଚାରୀ ଜିଲାପାଳଙ୍କ ଆଗରେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବା ଦ୍ୱାରା ଜିଲାରେ ହାଇଟେକ୍ ସର୍ଭେ କାର୍ଯ୍ୟ ସନ୍ତୋଷ ଜନକ ହେଉ ନଥିବା ଜିଲାପାଳ ହୃଦୟଙ୍ଗମ କରି ତୁରନ୍ତ ହାଇଦ୍ରାବାଦର ଆଇଆଇସି ଟେକ୍ନୋଲୋଜି ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପତ୍ର ମାଧ୍ୟମରେ ଜଣାଇ ତୁରନ୍ତ ଜଣେ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଯୋଗାଇ ଦେବା ସହ ବଂଶୀଧର ମହାପାତ୍ରଙ୍କୁ ଏଠାରୁ ଅପସାରଣ ପାଇଁ ଆଦେଶ ପ୍ରଦାନ କରିଛନ୍ତି । ସେହିରି ଜିଲାପାଳଙ୍କ ପରିଦର୍ଶନ ସମୟରେ ବରିଷ୍ଠ ରାଜସ୍ୱ କିରାଣି ଓ ଜଣେ ମହିଳା ଚପରାସି କାର୍ଯ୍ୟାଳୟରେ ଅନୁସ୍ଥିତ ଥିବାରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.