ଜେକେ କାଗଜ କଳ, ସ୍ପର୍ଶ ସଂସ୍ଥା ଏବଂ ନାବାର୍ଡ ଦ୍ୱାରା ଗ୍ରାମାଞ୍ଚଳ ହାଟର ଭୂମିପୂଜନ କାର୍ଯ୍ୟକ୍ରମ

ରାୟଗଡ,୨୨/୧୦ : ରାୟଗଡ ଜିଲ୍ଳା କୋଲନରା ବ୍ଳକର ଗାଡି ଶେଷଖାଲ ପଂଚାୟତ ଅନ୍ତର୍ଗତ କଲଟିଗୁଡା ଗ୍ରାମରେ ଗ୍ରାମୀଣ ସପ୍ତାହିକ ହାଟ ଭୂମିପୂଜନ କାର୍ଯ୍ୟକ୍ରମ ଜେକେ କାଗଜ କଳ ଓ ସ୍ପର୍ଶ ସଂସ୍ଥା ଏବଂ ନାବାର୍ଡ, ଭୂବନେଶ୍ୱରଙ୍କ ମିିଳିତ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାବାର୍ଡ, ରାୟଗଡର ଏଜିଏମ ସୁଦ୍ୟୁମ୍ନ ପାଲ କୃଷକ, ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଜାତ ଦ୍ରବ୍ୟର କ୍ରୟ ଏବଂ ବିକ୍ରୟ କିପରି ହାଟ ମାଧ୍ୟମରେ କରିପାରିବେ ଏବଂ ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ସମ୍ମାନୀତ ଅତିଥି ଭାବେ ଜେକେ କାଗଜ କଳର ସାମାଜିକ ଦାୟିତ୍ୱବୋଧ (ସିଏସଆର)ର ଜେନେରେଲ ମ୍ୟାନେଜର ତଥା ଷ୍ଟେଟ ହେଡ୍ ଡକ୍ଟର ପ୍ରଫୁଲ୍ଳ କୁମାର ଧଳ ଆଦିବାସୀ ଲୋକମାନେ ଜମିରେ ଉତ୍ପାଦନ କରୁଥିବା ସାମଗ୍ରୀଗୁଡିକ ସୂଚାର ରୂପେ ବିକ୍ରି କରିପାରିବେ ଓ ଅଧିକ ଉତ୍ପାଦନ, ଚାଷର ପ୍ରଣାଳୀ, ଶୀତଳ ଭଣ୍ଡାର, ବଜାରୀକରଣ, ପ୍ରକ୍ରିୟା କରଣ ଆଦି କୃଷକମାନଙ୍କ ସହ ଉତପ୍ରୋତ ଭାବେ ଜଡିତ ଥିବା ଦ୍ୱାରା ଚିରନ୍ତନ ଜୀବନଜୀବିର ଉନ୍ନତୀ ହୋଇପାରିବ । ବର୍ଷକ ମଧ୍ୟରେ ୧୦କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଅଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଅନ୍ୟତମ ଅତିଥି ଭାବେ ଗାଡିଶେଷଖାଲର ସରପଂଚ ଲୋକନାଥ କଣ୍ଡାଗରୀ ସପ୍ତାହିକ ହାଟ ମାଧ୍ୟମରେ ଲୋକମାନଙ୍କ ରୋଜଗାର ବଢିବା ସହ କୃଷିକାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ । ହାଟର କାର୍ଯ୍ୟକୁ ନିର୍ଦ୍ଦଷ୍ଟ ସମୟ ମଧ୍ୟରେ ଶେଷ କରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସ୍ପର୍ଶ ସଂସ୍ଥାର ଟିମ ଲିଡର କିଶୋର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଗ୍ରାମୀଣ ହାଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ସଂସ୍ଥାର ତପନ ପେଦେଂଟି, ରାଜେଶ ବିଶ୍ୱାଳ, ବିକ୍ରମ ପ୍ରଧାନ, ମୋନଜ ଯାଦବ, ମନୁଶ୍ରୀ ରାଏ, କାମିନି ସିଂ, ମଧୂସୂଦନ କରକରିଆ, ଅଶୋକ ନାଲା, ବାସୁଦେବ କନ୍ଧପାଣି, ଗଣେଷ ଦିକ୍ଷିତ୍ ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଅଂଚଳରୁ ୩୦୦ରୁ ଉର୍ଦ୍ଧ ଲୋକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ଉପ ପ୍ରକଳ୍ପ ଅଧିକାରୀ ଫିରୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.