ଅଟ୍ଟାଙ୍ଗଗୁଡା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି – ୨୦୧୯ 

କଳାହାଣ୍ଡି,୨୩/୧୦ : ଶିକ୍ଷା କେବଳ ସାକ୍ଷର କରିନଥାଏ ବରଂ ବ୍ୟକ୍ତିତ୍ୱ ଗଠନ ଦିଗରେ ଏକ ବଳିଷ୍ଠ ମାଧ୍ୟମ। ତେବେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଏ ଦିଗରେ ଯଥେଷ୍ଟ ସହାୟକ ହୋଇଥାଏ। ଶୈକ୍ଷିକ କାର୍ଯ୍ୟ ବାଦ ଅନ୍ୟ ପ୍ରତିଭାର ବିକାଶ ଦିଗରେ ସୁରଭି କାର୍ଯ୍ୟକ୍ରମ ଏକ ପ୍ରଖର କାର୍ଯ୍ୟକ୍ରମ ବୋଲି କ୍ଲଷ୍ଟର ସ୍ତରୀୟ ସୁରଭି ୨୦୧୯ ଅଟ୍ଟାଙ୍ଗଗୁଡାଠାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭବାନୀପାଟଣା ବ୍ଲକ ଅଟ୍ଟାଙ୍ଗଗୁଡାଠାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମକୁ ସହ-ଜିଲ୍ଲାପାଳ କୈଳାସଚନ୍ଦ୍ର ତ୍ରିପାଠୀ ଉଦ୍ଘାଟନ କରିଥିବାବେଳେ ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ସଦର ଏବିଇଓ ଠାକୁର ସାହୁ, ସମ୍ମାନିତ ଅତିଥି ଦୁଆରଶନି ସରପଂଚ ଜିତେନ୍ଦ୍ର ପୁଝାରୀ, ବରିଷ୍ଠ ସିଆରସିସି ଦୁଷ୍ମନ୍ତ ସାହୁ, ସିଆରସିସି ମିନତି କୁମାରୀ ପ୍ରଧାନ, ଅଟ୍ଟାଙ୍ଗଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ର ସଭାପତି ଭାବେ ମଂଚାସିନ ଥିଲେ।

Udyog Nursery
Udyogi Nursery

ଅତିଥି ପରିଚୟ ଦେଇଥିଲେ ଶିକ୍ଷକ ଡିଲେଶ୍ୱର ରଣା। ମଂଚ ସଂଚାଳନ କରିଥିଲେ ସିଆରସିସି ମିନତି କୁମାରୀ ପ୍ରଧାନ। ଏଥିରେ ଚିତ୍ରାଙ୍କନ, ତର୍କ, ବକ୍ତୃତା, ପ୍ରବନ୍ଧ, ଗୀତ, କୁଇଜ, ଶୃତ ଲିଖନ, ହସ୍ତାକ୍ଷର, ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗାରିମା ବ୍ରୋଞ୍ଜ ପଦକ ପାଇଥିବା ଦୁରଦୁରି ପ୍ରାଥମିକ ବିଦ୍ୟାଳୟକୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସିତାରାମ ପଣ୍ଡା।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.