ଅମର ଡ଼ିଗ୍ରୀ କଲେଜ କୁସୁର୍ଲାରେ “ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ନିର୍ମାଣ” ବକୃତା ପ୍ରତିଯୋଗିତା

କଳାହାଣ୍ଡି,୨୩/୧୦ (ନବୀନ କିଶୋର ସାହୁ) : କେନ୍ଦ୍ରସରକାରଙ୍କ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଏବଂ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫରୁ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଲ ଦ୍ୱିତୀଆ ବନଛୋରଙ୍କ ତତ୍ତ୍ୱାବଧାନରେ କର୍ଲାମୁଣ୍ଡାରେ ବ୍ଳକ ସ୍ତରୀୟ ଆଳଙ୍କାରୀକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କୁସୁର୍ଲା ଅମର ଡ଼ିଗ୍ରୀ କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ କୁମାର ପ୍ରଧାନ ମଞ୍ଚାସୀନ ଥିବାବେଳେ ବିଚାରକ ଭାବେ ଅଧ୍ୟାପକ ରବିନ ନନ୍ଦ, ରାଜେନ୍ଦ୍ର ଗହୀର ଏବଂ ଅଧ୍ୟାପିକା ସସ୍ମିତା ସାହୁ ଦାଇତ୍ବ ନିର୍ବାହ କରିଥିଲେ ।

“ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ନିର୍ମାଣ” ପ୍ରସଙ୍ଗ ଉପରେ ବକୃତା ପ୍ରତିଯୋଗିତାରେ କ୍ରିଷ୍ଣାଞ୍ଜଳି ବଗର୍ତ୍ତି ପ୍ରଥମ, ଯୁଗଳ ରଣା ଦ୍ୱିତୀୟ ସ୍ଥାନ ଓ ବୈଶାଖୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ  ଅଂଶ ଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ରାଷ୍ଟ୍ରୀୟ ଯୁବ ସ୍ବେଚ୍ଛାସେବୀ କ୍ଷୀରୋଦ୍ର ସାହୁ ଓ ସୂଚିସ୍ମିତା ଭୋଇ ପରିଚାଳନା କରିଥିଲେ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.