କର୍ଲାମୁଣ୍ଡା,୨୪/୧୦ : ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ଡିଣ୍ଡିମ ପିଟି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ଆଜିବି କଳାହାଣ୍ଡିର ଅନେକ ଗାଁକୁ ସଂଯୋଗ ହୋଇ ପାରିନି ପକ୍କା ସଡକ । ରାସ୍ତା ଅବସ୍ଥା ଖରାପ ଥିବାରୁ ରୋଗୀ, ବୟସ୍କ ନାଗରିକ ଓ ଶିକ୍ଷାର୍ଥୀମାନେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଏବିଷୟରେ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେମଧ୍ୟ ସୁଫଳ ମିଳିପାରୁନାହିଁ । ଶେଷରେ ଅନ୍ୟୋପାୟ ହୋଇ ନିଜସ୍ବ ପରିଶ୍ରମରେ ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ । ଏହା ହେଉଛି କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁର ଦୃଷ୍ୟ । କୋଡି କୋଦଳ ଧରି କାମରେ ଲାଗି ପଡିଛନ୍ତି ଗ୍ରାମବାସୀ ।
କର୍ଲାମୁଣ୍ଡା ବ୍ଲକର ଏକ ସଂସ୍କୃତି ସଂପର୍ଣ୍ଣ ଗାଁ ହେଉଛି କଣ୍ଡରେଇ । ଏହି ଗାଁର ୪ଟି ୱାର୍ଡରେ ପ୍ରାୟ ୧୫୦୦ ଲୋକେ ବସବାସ କରୁଛନ୍ତି । ଗାଁ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନାଗମନ । ଏହି ରାସ୍ତାଟି କଣ୍ଡରେଇ ଗୌନ୍ତିଆ ପଡା ପ୍ରଧାନ ମନ୍ତ୍ରୀ ସଡକରୁ ରେଗଡା( ରଜାପଡା) ବଜାର ଓ ଆଦର୍ଶ ବିଦ୍ଯାଳୟ ସଂଯୋଗ କରୁଥିବା ବେଳେ ଗତ ବନ୍ଯା ଯୋଗୁଁ ରାସ୍ତାଟିର କେତେକ ଯାଗାରେ ବଡବଡ ଘାଇ ଶୃଷ୍ଟି ହେବା ସହ ରାସ୍ତା ଟି ଶୌଚନିୟ ଅବସ୍ଥାରେ ପଡିରହିଛି । ଆଦର୍ଶ ବିଦ୍ଯାଳୟ ଓ ବଜାରକୁ ଜିବାକୁ ହେଲେ ୪ କିମିରୁ ଉର୍ଦ୍ଧ ରାସ୍ତା ଓ ନାଳ ଦେଇ ଜିବାକୁ ପଡିଥାଏ । ଜାହା ଫଳରେ ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ନିଜ ଶ୍ରମଦାନରେ ରାସ୍ତା ନିର୍ମାଣ କରିଥିବା ଗ୍ରାମବାସୀ କହିଛନ୍ତି । ଏହି ରାସ୍ତାକୁ ତୁରନ୍ତ ସଡକ ଯୋଜନାରେ ସାମିଲ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।