ଜମି ପଟ୍ଟା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବାଘପାଲି ଓ ନୂଆବସ୍ତିର ଶତାଧିକ ମହିଳା

ସୋନପୁର,୨୪/୧୦ : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲ ଅନ୍ତର୍ଗତ ବାଘପାଲି ଓ ନୂଆବସ୍ତିର ଶତାଧିକ ମହିଳା ଜମି ପଟ୍ଟା ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଖରଜୁରା ପଞ୍ଚାୟତ ଅନ୍ତର୍ଗତ ବାଘପାଲି ଗ୍ରାମର ପ୍ରାୟ ୬୦ ପରିବାର ଦୀର୍ଘ ୩୫ ବର୍ଷ ଧରି ସେହି ଗାଁରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ମିଳି ପାରିନାହିଁ । ସେହିପରି ସେହି ପଞ୍ଚାୟର ନୂଆବସ୍ତିର ପ୍ରାୟ ଶହେ ପରିବାର ମଧ୍ୟ ଦୀର୍ଘ ୩୫ ବର୍ଷ ଧରି ସ୍ଥାୟୀ ଭାବରେ ବସବାସ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ମିଳି ପାରିନାହିଁ । ତେବେ ଏହି ଉଭୟ ଗ୍ରାମର ଶତାଧିକ ମହିଳା ଗତ ଫେବୃୟାରୀ ୪ ତାରିଖ ଦିନ ଜିଲପାଳଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଜଣାଇବା ପରେ ତତ୍କାଳୀନ ଜିଲାପାଳ ୭ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଇତି ମଧ୍ୟରେ ଦୀର୍ଘ ୭ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ତେଣୁ ତୁରନ୍ତ ଏହି ସବୁ ପରିବାରକୁ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦେବାକୁ ବାଘପାଲି ଗ୍ରାମର କଇଁତା ସାହୁ, ରାଜେନ୍ଦ୍ର ମେହେର, ସୁମିତ୍ରା ଗୁରୁ, କୁମ ସାହୁ, ମିନାକ୍ଷି ଗୁରୁ, ମମତା ସାହୁ, ସବିତା ସାହୁ, ବେଲ ମେହେର, ଭାମା ସାହୁ, ଜେମା ଦୀପ, ରଶ୍ମିତା ଦୀପ, ସୁକାନ୍ତୀ, ରୀନା ମେହେର ପ୍ରମୁଖଙ୍କ ସହ ଶତାଧିକ ମହିଳାଙ୍କ ସହ ନୁଆବସ୍ତିର ଯଶୋବନ୍ତି ମେହେର, ସୁକାନ୍ତି ମେହେର, ସବିତା ପାଣିଗ୍ରାହୀ, ସୁବାସିନୀ ସାହୁ, ହେମଲତା ମେହେର, ପ୍ରେମଶୀଳା ପାଣିଗ୍ରାହୀ, ଉମା ମେହେର, ହିରାବତୀ ମେହେର, ରାଶେଶ୍ୱରୀ ମେହେର, ଫୁଲତୁଲି ମେହେର, ରିଙ୍କି ସାହୁ, ଗୁଲାପି ମେହେର ପ୍ରମୁଖ ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.