କଏନ ଅଚଳ ଗୁଜବ, ହଇରାଣ ହରକତ ହେଉଛନ୍ତି ସାଧାରଣ ଜନତା

ଦୋକାନୀ ନେଉନାହିଁ, ବଜାରରେ ଚଳୁନାହଁ, ଗୁଜବ ହେଉଛି ଟଙ୍କିକିଆ ଦୁଇଟଙ୍କିଆ କଏନ ଅଚଳ । ଲୋକଙ୍କ ପାଖରେ ଏହି ମୁଦ୍ରା ଗୁଡିକ ପଡି ରହିଛି କିନ୍ତୁ ବ୍ୟବହାର ହେଉନାହିଁ । ହଇରାଣ ହରକତ ହେଉଛନ୍ତି ଜନତା ।

ସୋନପୁର,୨୫/୧୦ : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ କିଛି ଦିନ ହେଲା କଏନ ଅଚଳ ଗୁଜବ ଯୋଗୁଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ପ୍ରାୟ ୪/୫ ମାସ ହେଲା ବିନିକା, ଡୁଙ୍ଗୁରିପାଲି, ତରଭା, ବିରମହାରାଜପୁର, ଉଲୁଣ୍ଡା ସହିତ ସଦର ସୋନପୁର ଅଞ୍ଚଳର ଅଧିକାଂଶ ଗାଁ ମାନଙ୍କରେ ୧ ଓ ୨ ଟଙ୍କିଆ କଏନ ଚଳୁନାହିଁ । ଲୋକଙ୍କ ପାଖରେ ଏସବୁ କଏନ ଥିଲେ ମଧ୍ୟ ସେମାନେ ବ୍ୟବହାର କରିପାରୁନାହାନ୍ତି । ଏପରିକି କୌଣସି ଦୋକାନୀ ମଧ୍ୟ ନେଉ ନଥିବା ଦେଖା ଦେଇଛି । ଅନେକ ସମୟରେ ଗ୍ରାହକ ଓ ଦୋକାନୀ ମଧ୍ୟରେ ପାଟିତୁଣ୍ଡ ହେଉଛି । ଏନେଇ ଗରିବ ପରିବାର ହଇରାଣ ହେବା ସହିତ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଏଥ୍ରିତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.