ରେଳବାଇ ପକ୍ଷରୁ ବସ୍ତି ଉଚ୍ଛେଦ ପାଇଁ ନୋଟିସ : ଜିଲ୍ଳାପାଳଙ୍କୁ ଭେଟି ସମୟ ମାଗିଲେ ବସ୍ତିବାସିନ୍ଦା

ରାୟଗଡ,୨୫/୧୦ : ପୂର୍ବତଟ ରେଳବାଇ ଅଧୀନସ୍ଥ ନୂଆ ରାୟଗଡ ଡିଭିଜନକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରେଳ ବିଭାଗ ପକ୍ଷରୁ ସମସ୍ତ ଭିତିଭୂମିକୁ ରୂପରେଖ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ରେଳବାଇ ଜାଗାଗୁଡିକରେ ଦୀର୍ଘ ବର୍ଷ ଧରି ଜବରଦଖଲ କରି ବସବାସ କରିଆସୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମେ ସେପ୍ଟେମ୍ବର ୧୦ତାରିଖରେ ରେଳବାଇ ଷ୍ଟେସନ ସମ୍ମୁଖରେ ଥିବା ୧୦ଟି ଦୋକାନ ଗୃହକୁ ଉଚ୍ଛେଦ କରାଯାଇଥିବା ବେଳେ ଗତ ସେପ୍ଟେମ୍ବର ୨୪ତାରିଖରେ ପୂର୍ତ ବଙ୍ଗଳା ସମ୍ମୁଖରେ ରେଳବାଇ ଜାଗାରେ ବସବାସ କରୁଥିବା ୪୦ପରିବାରକୁ ଉଚ୍ଛେଦ କରାଯାଇଥିବା ବେଳେ ରୟତ କଲୋନୀ ସ୍ଥିତ କୋଇଲା ପଡା ଓ ଲୋକୋ କଲୋନୀ ଅଂଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଆସନ୍ତା ୨୮ତାରିଖରେ ଉଚ୍ଛେଦ କରାଯିବା ନେଇ ରେଳବାଇ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫଳରେ ଅଳ୍ପ ସମୟ ମଧ୍ୟରେ କୈାଣସି ଥଇଥାନ ବ୍ୟବସ୍ଥା ନ କରାଯାଇ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିବାରୁ ଏହାକୁ ପ୍ରତିବାଦ କରିବା ସହ ୩ରୁ ୪ମାସ ଅଧିକା ସମୟ ଦେଲେ ବସ୍ତିବାସିନ୍ଦାମାନେ ନିଜର ଥଇଥାନ ବ୍ୟବସ୍ଥା ପାଇଁ ଉପାୟ କରିପାରିବେ ବୋଲି ଆଜି (ଶୁକ୍ରବାର) ଦିନ ଏକତ୍ରିତ ହୋଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଦୀର୍ଘ ୪୦ବର୍ଷ ଧରି ରେଳବାଇ ଅଧୀନରେ ଥବା ଜାଗାଗୁଡିକରେ କୁଡିଆ, ଛପର, ଟିଣ ଘର କରି ବସବାସ କରୁଥିବା ବେଳେ କୁଲୀ ଓ ଗରୀବ ଶ୍ରେଣୀର ଦିନ ମଜୁରିଆଙ୍କ ପରିବାରଙ୍କୁ ହଠାତ୍ ଅଳ୍ପ ସମୟ ମଧ୍ୟରେ ଉଚ୍ଛେଦ ପାଇଁ ରେଳବାଇ ନୋଟିସ କରିଛି ।

Udyog Nursery
Udyogi Nursery

ଯାହାକି ନିଜ ଘରଦ୍ୱାର ଛାଡି ଅନ୍ୟତ୍ର ସରକାରୀ ଜାଗାରେ ପୁର୍ନ ଥଇଥାନ ନିମନ୍ତେ ଜିଲ୍ଳା ପ୍ରଶାସନ କିମ୍ବା ରେଳବାଇ ପକ୍ଷରୁ କୈାଣସି ବ୍ୟବସ୍ଥା ନ ଥିବାରୁ ସେମାନଙ୍କ ପକ୍ଷେ ଘର ଖାଲି କରିବା ସମ୍ଭବପର ନୁହେଁ । ତେଣୁ ୩ରୁ ୪ମାସ ସମୟ ସୀମା ଅବଧି ବୃଦ୍ଧି କରିବା ପାଇଁ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି ବସ୍ତିବାସିନ୍ଦାମାନେ । ଏ ନେଇ ଜିଲ୍ଳାପାଳ ଶ୍ରୀ ବେହେରା ଉପଜିଲ୍ଳାପାଳ ଓ ତହସିଲଦାରଙ୍କୁ ଥଇଥାନ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ବସ୍ତିବାସିନ୍ଦାଙ୍କୁ ଆଶ୍ୱସନା ଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଆଦିବାସୀ ନେତା ଆପୁଲୁସ୍ୱାମୀ କାଡ୍ରକାଙ୍କ ସମେତ ଚକ୍ର ମାଝି, ସିଏଚ.ରାମୁ, ଜଗା ଶବର, ରାଜେଶ ବିଡିକାଙ୍କ ସମେତ ଶତାଧିକ ବସ୍ତିବାସିନ୍ଦା ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.