ତୁଳାପଡା କମଳା ସାଗରରୁ ବାଇକ୍ ଉଦ୍ଧାର : ଚୋରି କାରନାମା ସନ୍ଦେହ

କଳାହାଣ୍ଡି,୨୬/୧୦ : ସାଗର ପାଣି ଭିତରେ ପଡି ରହିଥିଲା ବାଇକ୍ । ସ୍ଥାନୀୟ ଜନତା ଏହାକୁ ଦେଖିବାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ କୁ ଉଦ୍ଧାର କରିଛି । କିଏ କେଉଁ ପରିସ୍ଥିତିରେ କାହିଁକି ବାଇକକୁ ସାରଗ ପାଣି ଭିତରେ ଫୋପାଡି ଦେଇଥିଲା ତାହା ବର୍ତ୍ତମାନ ସୁଦ୍ଧା ରହସ୍ୟାବୃତ୍ତ ହୋଇ ରହିଛି ।

ପ୍ରାପ୍ତ ସୂଚନା ମୁତାବକ ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା କମଳା ସାଗର(ବଣା ମୁଣ୍ଡା) ପାଣି ଭିତରେ ଏକ ବାଇକ୍ ପଡ଼ିଥିବା ଆଜି ଭୋରରୁ ଲୋକେ ଦେଖିବାକୁ ପାଇଥିଲେ ।ବାଇକ୍ ଚାଳକର ପତ୍ତା ମିଳୁ ନଥିବା ବେଳେ ନିକଟରେ ବାଇକ୍ ସହିତ ଚୋରକୁ ଧରିବାରେ ପୁଲିସ ସଫଳତା ପାଇବାପରେ କେହି ଚୋରି ଗାଡ଼ିକୁ ଆଣି ଭୟରେ ଏଠି ଫିଙ୍ଗି ଦେଇଥିବା ମଧ୍ୟ ସନ୍ଦେହ ହେଉଛି । ତେବେ ଗାଡ଼ିଟି ସ୍ଥାନୀୟ ଅଞ୍ଚଳର ନୁହଁ ବୋଲି ଲୋକେ ପ୍ରକାଶ କରିଛନ୍ତି । ଉକ୍ତ ସାଗର ଆଡି ଉପରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପାଣିରେ ଗାଡ଼ିଟି ପଡ଼ିଥିଲା । ବାହାରକୁ ଗାଡ଼ିଟି ଦେଖା ଯାଉଥିବା ବେଳେ ନଂ ଓ ଆର୍ ଜିରୋ ଥ୍ରୀ ଏଚ୍ ୩୯୫୮ ବୋଲି ଜଣା ପଡିଛି । ନର୍ଲା ପୁଲିସ ଖବର ପାଇ ଗାଡ଼ିକୁ ପାଣି ଭିତରୁ ଉଦ୍ଧାର କରି ଜବତ୍ କରିଛି । ଏହା ଚୋରି କାରନାମା ହୋଇ ଥାଇପାରେ ବୋଲି ସନ୍ଦେହ ହେଉଛି ।

By : Monoj Kumar Sadangi  Dt : 26/10/2019

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.