ରିଞ୍ଜା ଓ ବୋରପଦର ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୨୦/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ରିଞ୍ଜା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ଗାଁ ଆମ ବିକାଶ ନବୀନ ଓଡ଼ିଶାର ନୂତନ କିରଣ “ପିଠା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଞ୍ଜା ସରପଞ୍ଚ ଶ୍ରୀମତୀ ଭୋଜବନ୍ତି ସାହୁଙ୍କ ସଭାପତିତ୍ବରେ କର୍ଲାମୁଣ୍ଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରି କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି, ସମିତି ସଭ୍ୟାଶ୍ରୀମତୀ ସୁଭଦ୍ରା ମାଝି, ବ୍ଲକ ଯୋଗାଣ ଅଧିକାରୀ ଶାନ୍ତା କୁମାର ପଧାନ, ସମାଜ କଲ୍ୟାଣ ଅଧିକାରୀ ସସ୍ମିତା ପଟେଲ, ରିଞ୍ଜା ପିଇଓ ପ୍ରଦୀପ ସାହୁ ପ୍ରମୁଖ ମଞ୍ଚ।ସିନ ଥିବାବେଳେ ୱାଡ଼ ସଭ୍ୟସଭ୍ୟ। ,ପରିମଳ ପ୍ରବର୍ତକ, ବିଜୁଯୁବବାହିନୀ ର ସମସ୍ତ ସଦସ୍ୟ ବୃନ୍ଦ , ଅଙ୍ଗନ ବାଡ଼ି, ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ୨ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରିବାସହ ପିଠା ବଣ୍ଟନ କରା ଯାଇଥିଲା । ସାମ୍ବାଦିକ ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ପରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

Omkar Vasthu
Omkar Vasthu

ସେହିପରି ବୋରପଦର ପଞ୍ଚାୟତ ସରପଞ୍ଚ ମାଧବ ସାହୁଙ୍କ ସଭାପତିତ୍ବରେ କୁଷି ଅଧିକାରୀ କୁଳଦୀପ ଅମ୍ଲାନ ରଂଜନ,ବିଡିଓ କିଶୋର ପଣ୍ଡା,ସମିତି ସଭ୍ୟା ନୀରବତୀ ସାହୁ,ଗ୍ରାମ୍ୟ କ୍ରୁଷି ଅଧିକାରୀ ଘନଶ୍ୟାମ ଜାନୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତୀ କଳାକାର ଯୋଜନାରେ ଜଣେ କୁ ସାମିଲ କରିଥିଲେ ଓ ବିଜୁ ପକ୍କା ଘର ଚାରି ଜଣଙ୍କୁ ସାମିଲ କରିଥିଲେ। ସମାଜସେବୀ କ୍ଷୀର ସାଗର କୁମାର ମଞ୍ଚ ପରିଚାଲନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Report by Nabin Kishor Sahu, Karlamunda Correspondent odiabarta.in

Udyog Nursery
Udyogi Nursery

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.