ଲାଞ୍ଜିଗଡ଼,୧୭/୩ : ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେଦାନ୍ତ ମେଡିକାଲ ବୁଲି ଦେଖିବା ସହ ସଚେତନ କରାଇଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଉପାଧ୍ୟକ୍ଷା ତୁଳସୀ ନାଏକ ଓ ବିଶ୍ୱନାଥପୁର ମେଡିକାଲର ଡା଼. ସୁମନ୍ତ ସାହୁ। ଦେଶ ତଥା ରାଜ୍ୟରେ କୋରୋନା ଭୁତାଣୁ ଚିହ୍ନଟ ପରେ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଭୟ ଦେଖା ଦେଇଥିବାବେଳେ କିପରି ଏହାର ମୁକାବିଲା କରିବା ଓ ସେହି ଲକ୍ଷଣ ଦେଖା ଯାଉଥିବା ରୋଗୀଙ୍କୁ ପରୀକ୍ଷା ପାଇଁ ମେଡିକାଲ ମାନଙ୍କରେ ଏକ ଆଇସୁଲେସନ ଉଆଡ଼ର ବ୍ୟବସ୍ଥା ଓ ସ୍ବଚ୍ଛ ରଖିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଲାଞ୍ଜିଗଡ଼ରେ ଏକ କାରଖାନା ଥିବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟର ଲୋକ କାମ କରୁଥିବା ବେଳେ ଏହି ଭାଇରାଲ ପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ବ୍ଲକ ଅଧ୍ୟକ୍ଷ ଇଂ. ମାଝୀ କହିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in






