ସଇଁତଲା,୭/୪ : ମହାମାରୀ କରୋନା ଭାଇରସର ସଂକ୍ରମଣକୁ ବିଛିନ୍ନ କରିବା ପାଇଁ ସାରା ଦେଶ ଲକଡାଉନ ହୋଇଛି । ରାଜ୍ୟ ସରକାର କୋଭିଡ୍-୧୯ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି “କୋଭିଡ-୧୯”କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସଇନ୍ତଳା ବ୍ଲକ ଖ୍ରୀଷ୍ଟିୟାନ ସଂଘ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଖ୍ରୀଷ୍ଟିଆନ ସଂଘର ସଭାପତି ରଞ୍ଜନ ବାରିକ,ସମ୍ପାଦକ ଡେଭିଡ ନନ୍ଦ, ବିନୋଦ ସାଗର, ଅଭିମନ୍ୟୁ କୁମାର, ଏସ୍ପି ଇମରସନ ପ୍ରମୁଖ ୧୦ହଜାର ଟଙ୍କା ସଇଁତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଖ୍ରୀଷ୍ଟିୟାନ ସଂଘର ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।