ଭୁବନେଶ୍ବର,୭/୪ : ରାଜ୍ୟରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୪୨ ଥିବାବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯ ଥିବାବେଳେ ରାଜ୍ୟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
କୋଭିଡ୍-୧୯ ସମ୍ବନ୍ଧୀୟ ସଦ୍ୟ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୧୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୪୨ରେ ସୀମିତ ରହିଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ। #COVID19 #OdishaFightsCorona pic.twitter.com/toXeic6iZt
— H & FW Dept Odisha (@HFWOdisha) April 7, 2020
ସୂଚନା ଯୋଗ୍ୟଯେ, ଝାରପଡାର ଜଣେ ୭୨ ବର୍ଷିୟ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେ ବହୁ ଦିନ ତଳୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ତାଙ୍କଠାରେ କୋଭିଡ୍-୧୯ ଚିହ୍ନଟ ହୋଇଥିଲା । ଉକ୍ତ ବ୍ୟକ୍ତି ଅପ୍ରେଲ ୬ରେ ଏମ୍ସରେ ଆଖି ବୁଜିଥିଲେ ।