ଗରିବ ଖଟିଖିଆଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

ଜନ କଲ୍ୟାଣ ଯୁବକ ସଂଘ କାଲସାଏ ପାଲିର ମହତ କାମ

ସଇଁତଲା,୮/୪ : ଜନ କଲ୍ୟାଣ ଯୁବକ ସଂଘ, କାଲସାଏ ପାଲି ତରଫରୁ ବଲାଙ୍ଗିର ଜିଲ୍ଲା ସଦର ବ୍ଳକ ଖୁଜେନ ପାଲି ଗ୍ରା:ପ: ଅନ୍ତର୍ଗତ କାଲସାଏ ପାଲି ଗ୍ରାମରେ ବସବାସ କରୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ ମାନଙ୍କୁ ଚାଉଳ, ଡାଲି ଓ ପନିପରିବା ଇତ୍ୟାଦି ବଣ୍ଟନ କରାଯାଇଛି ।

ଭାରତରେ କରୋନା ସଂକ୍ରମଣ ଯୋଗୁ ସବୁ ରାଜ୍ଯରେ ସରକାର ଲକ-ଡାଉନ ଘୋଷଣା କରିଥିବା ବେଳେ ଗରିବ ଖଟିଖିଆ ମଜୁରିଆ କାମ ବନ୍ଦ ଥିବାରୁ ତାହାର ପ୍ରଭାବ ବଢିବାରେ ଲାଗିଛି । ସେଥିପାଇଁ ଆଜି କାଲସାଏ ପାଲିରେ ଯେଉଁ ଗରିବ ଖଟିଖିଆ ମଜୁରିଆ ଅଭାବ ଅନାଟନରେ ଦିନ କାଟୁ ଥିବା ଦେଖି ସେମାନଙ୍କୁ ଗାଁର ଯୁବକ ମାନେ ନିଜ ଉଦ୍ୟମରେ ଚାଉଳ, ଡାଲି ଓ ପନିପରିବା ଇତ୍ୟାଦି ସାମଗ୍ରୀ ବଣ୍ଟନ କରିଛନ୍ତି ।

ଏହି ଅବସରରେ ବିନୋଦ କାଲସାଏ, ଶୁଭମ ମହାପାତ୍ର, ଶ୍ରୀକାନ୍ତ କାଲସାଏ, ଶଙ୍କର ଦୀପ, ଗୋପିନାଥ କାଲସାଏ, ସିନ୍ଦୂର ବକୁଳ, ଦେବରାଜ କାଲସାଏ, ମାଧବ କାଲସାଏ, ନିଳକଣ୍ଠ କାଲସାଏ, ଶ୍ରୀକର କାଲସାଏ, ସୁଶାନ୍ତ କାଲସାଏ, କାମଦେବ ଷାଣ୍ଡ, ଜିତୁ ଷାଣ୍ଡ, ଧରଣୀ କାଲସାଏ, ପୃଥୀରାଜ କାଲସାଏ, ବଳଦେବ କାଲସାଏ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।

ସଇଁତଲା ପ୍ରତିନିଧି ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.