ରିଷିଡା ଠାରେ ଆରମ୍ଭ ହେଲା ରବି ଧାନ ମଣ୍ଡି

କଳାହାଣ୍ଡି,୨୫/୫: କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ରବି ଧାନ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ, ରିଷିଡା ରାଜସ୍ବ ନିରିକ୍ଷକ ସସ୍ମିତା ରଣା ଓ ଗ୍ରାମ୍ୟ କୃଷି କର୍ମଚାରୀ ପିତାମ୍ବର ମାଝୀ ଯୋଗଦେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ । ସମିତି ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋଲାପ ଚନ୍ଦ୍ର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିଇଓ ଡାଳଟନ ରଣା, ଶୋଭାକର ରଣା, ସତ୍ୟବାନ ସୁନା, ବାସୁଦେବ ରଣା ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଯୁଗଳ କିଶୋର ରଣା, କୃଷକ ମଞ୍ଚ ସହ ସମ୍ପାଦକ ମଧୁସୂଦନ ବାଗ, ମିଲର୍ସ ଏଜେଣ୍ଟ ନରେଶ ଦାସ, ଦୀନେଶ ଅଗ୍ରୱାଲ, ମନୋଜ ଜୈନ, ଆରଏମସି ର ବନମାଳୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ରିଷିଡା ସମିତିରେ ଚଳିତ ବର୍ଷ ପ୍ରଥମ ଥର ରବି ଧାନମଣ୍ଡି ହୋଇଥିଲେ ମଧ୍ୟ ୧୨୨ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ଏଠାରୁ ଧାନ କିଣିବା ପାଇଁ ଗଜବାହାଲର ଲଷ୍ମୀନାରାୟଣୀ ମିଲ୍ ଓ ନୁନମାଠ ର ଡିକେ ରାଇସ ମିଲ୍ କୁ ଦାଇତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ କର୍ଲାମୁଣ୍ଡା ଓ ଜୋରାଡବରା ଠାରେ ମଧ୍ୟ ମଣ୍ଡି ଉଦଘାଟନ ହୋଇ ଧାନ କିଣା ଆରମ୍ଭ ହୋଇସାରିଛି ।

Udyog Nursery
Udyogi Nursery
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.