କୃଷି ବିଭାଗର ଖରିଫ-୨୦ ପାଇଁ ନୀତି ନିର୍ଦ୍ଧାରଣ ବୈଠକ

ରାୟଗଡ଼,୨୬/୫: ସ୍ଥାନୀୟ ପ୍ରକଳ୍ପ ନିର୍ଦେଶକ ଜଳ ବିଭଜିକା ମିଶନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ରାୟଗଡ଼ା ଜିଲ୍ଲା ନିମନ୍ତେ ଖରିଫ -୨୦ ପାଇଁ ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ ମୁଣିଗୁଡା ଓ ଗୁଣପୁର, ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭଜିକା ମିଶନ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦେଶକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଜନ, ଜିଲ୍ଲା ପ୍ରବନ୍ଧକ କୃଷି ଶିଳ୍ପ ନିଗମ ,ରାୟଗଡା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ, କୃଷି ବୈଜ୍ଞାନିକ ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର, ଲିଡ଼ ବ୍ୟାଙ୍କ ମୂଖ୍ୟ ପ୍ରବନ୍ଧକ,ରାୟଗଡ଼ା, ସମସ୍ତ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଯନ୍ତ୍ରୀ ପ୍ରମୂଖ ଯୋଗଦନ କରିଥିଲେ । ଏହି ବୈଠକରେ ଗତ ରବି ୧୯/୨୦ର ନୀତି ନିର୍ଦ୍ଧାରଣ ବିବରଣୀ ପାଠ କଲା ପରେ ଖରିଫ ପାଇଁ ଫସଲ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଳସେଚନ, ବିହନ, ସାର, ରୋଗପୋକ ନିୟନ୍ତ୍ରଣ କୌଶଳ, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯଥା-ପରମ୍ପରା ଗତ ହେଉଥିବା କୃଷିଯୋଜନ। ମିଲେଟ ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ(ଏନଏଫଏସଏମ), ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ), ପିଏମଏଫବିୱାଇ , ଜଳନିଧି/ସୌରଜଳନିଧି,ମୃତ୍ତିକା ପରୀକ୍ଷା, ଫାର୍ମ ପୋଖରୀ ଇତ୍ୟାଦି ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଏହା ସହିତ ଆତ୍ମା ରାୟଗଡ଼ାର ଗର୍ଭଣ୍ଣିଂ ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କର୍ମସଂ ସ୍ଥାନ ପାଇଁ ମଖ୍ୟତ କୃଷି କ୍ଷେତ୍ରକୁ ଜିଲ୍ଳାପାଳଗୁରୁତ୍ବଆରୋପ କରିଥିଲେ । ବଡ଼ନଲା ମଧ୍ୟମ ଜଳସେଚନ ପିଜେକ୍ଟରେ ରବିଚାଷ ହେତୁ ଜଳସେଚନରେ ବିଳମ୍ବ ହେଉଥିବାରୁ ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଳାପାଳ କହିଥଲେ । ସେହିପରି ମୃତ୍ତିକା ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ ଅନୁଯାୟୀ ଶେଷ କରିବାକୁ ପ୍ରଧାନ୍ୟ ଦେଲେ ଜିଲ୍ଳାପାଳ ଏବଂସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କୁ ବିହନ ଉତ୍ପ।ଦନ ସାମିଲ କରିବାକୁ ଜିଲ୍ଳାପାଳ ମହୋଦୟ ପରାମର୍ଶ ଦେଇଥିଲେ ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.