୧୩୨ କେଭି ଗ୍ରିଡ୍ ସ୍ଥାପନ ଦାବି ନେଇ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲା ଟିଟିଲାଗଡ ବିକାଶ ସେନା

ବଲାଙ୍ଗିର/ଟିଟିଲାଗଡ,୨୬/୫ : ରାଜ୍ୟର ଏକ ଉତପ୍ତ ସହର ଭାବେ ପରିଚିତ ଟିଟିଲାଗଡରେ ପଚଣ୍ଡ ରୌଦ୍ରତାପ ସହ ବିଦ୍ୟୁତ୍ ସମସ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଗତ କିଛିଦିନ ହେଲା ଟିଟିଲାଗଡ ର ତାପମାତ୍ରା ୪୫° ସେଲସିୟସରୁ ଅଧିକ ରହୁଥିବା ବେଳେ ଦିନ ରାତି ଅନବରତ ବିଦ୍ୟୁତ୍ କାଟ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି । ଏ ନେଇ ଆଜି ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ଶକ୍ତି ମନ୍ତ୍ରୀ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ଭବାନୀପାଟଣା ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଟିଟିଲାଗଡରେ ୧୩୨ କେଭି ଗ୍ରିଡ ସ୍ଥାପନ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହ ବର୍ତ୍ତମାନ ହେଉଥିବା ଘନଘନ ଅଘୋଷିତ ବିଦ୍ୟୁତ୍ କାଟକୁ ମଧ୍ୟ ବନ୍ଦ କରିବାପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଶକ୍ତିମନ୍ତ୍ରୀ କ୍ୟାପଟେନ ମିଶ୍ର ଏହା ଟିଟିଲାଗଡ ବାସୀଙ୍କ ଏକ ଯଥାର୍ଥ ଦାବି ବୋଲି କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଟିଟିଲାଗଡ ବିଧାୟିକାଙ୍କ ସହ ଆଲୋଚନା ଓ ବିଚାରବିମର୍ଶ କରି ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ଟିଟିଲାଗଡ ବିକାଶ ସେନାର ବରିଷ୍ଠ ସଦସ୍ୟ ହରପ୍ରତାପ ଦାସ, ଅଭିନାଶ ବଗର୍ତ୍ତୀ , ମଞ୍ଜିତ୍ ସିଂ ବରିହା, ଚନ୍ଦନ ପଣ୍ଡା, ଶୁଭମ୍ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.