ବରିଷ୍ଠ ଷ୍ଟାମ୍ପ ଭେଣ୍ଡରଙ୍କ ଅକାଳ ବିୟୋଗରେ ରାୟଗଡ ଓକିଲ ସଂଘର ଶୋକସଭା

ରାୟଗଡ,୨୬/୫: ରାୟଗଡ କୋର୍ଟର ଷ୍ଟାମ୍ପ ଭେଣ୍ଡର ପ୍ରମୋଦ କୁମାର ସେଠିଙ୍କ ବିୟୋଗରେ ରାୟଗଡ ଓକିଳ ସଂଘ ପକ୍ଷରୁ ଆଜି ଏକ ଶୋକ ସଭା ଆୟୋଜିତ ହୋଇଯାଇଛି । ଗତ ସୋମବାର ଦିନ ସେ କୀଡନି ରୋଗରେ ମୃତ୍ୟୁ ବରଣ କରିଥିଲେ । ସ୍ବର୍ଗତ ସେଠି ୧୯୮୫ ମସିହାରେ ବରିଷ୍ଠ ଓକିଲ ବ୍ରଜସୁନ୍ଦର ନାୟକଙ୍କ ଠାରେ ଓକିଲ ଗୁମାସ୍ତା ରୂପେ ଯୋଗ ଦେଇଥିଲେ । ପରବର୍ତୀ ସମୟରେ ଷ୍ଟାମ୍ପ ଭେଣ୍ଡର କାର୍ଯ୍ୟ ତୁଲାଇ ଆସୁଥିଲେ ।

Omkar Vasthu
Omkar Vasthu

ଆଜି ଓକିଲ ସଂଘ ତରଫରୁ ଓକିଲ ସଂଘ ସମିଳନୀ କକ୍ଷରେ ସ୍ବର୍ଗତ ସେଠିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶୋକ ସଭା କରାଯାଇ ଥିଲା । ଓକିଲ ବ୍ରଜସୁନ୍ଦର ନାୟକ,ଲାବଣ୍ୟ ମୋହନ ପଟନାୟକ, ସୁନୀଲ ପଟନାୟକ, ମୋନଜ କୁମାର ରଥ, ରାଧାକୃଷ୍ଣ ଦଳେଇ, ବିଶ୍ୱନାଥ ଗନ୍ତାୟତ, ମାନସ ରଞ୍ଜନ ରଥ, ପି. ଜଗନ ମୋହନ ରାଓ, ନବ କଣ୍ଟାଙ୍କ ସମେତ ଅନ୍ୟ ଓକିଲ ମାନେ ଉପସ୍ଥିତ ଥିଲେ ବୋଲି ଓକିଲ ଲାବଣ୍ୟ ମୋହନ ପଟନାୟକ ଜଣାଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗାୟତ୍ରୀ ଭକ୍ତ ତଥା ସମାଜସେବୀ ଭାବେ ତଥା ଶିରିଗୁଡା ସ୍ଥିତ ଫିଲିଙ୍ଗ୍ ଷ୍ଟେସନର ମାଲିକ ସ୍ୱର୍ଗତ ପ୍ରମୋଦ କୁମାର ସେଠୀ ୫୨ବର୍ଷ ବୟସରେ ନିଜ ରାମକୃଷ୍ଣ ନଗର ସ୍ଥିତ ବାସଭବନରେ ସୋମବାର ଅପରାହ୍ନ ୫ଘଣ୍ଟିକା ସମୟରେ ମୃତ୍ୟୁ ବରଣ କରିଥିଲେ ।

ସ୍ୱଗତ ପ୍ରମୋଦ ବାବୁ ଜଣେ ମେଳାପି, ପରୋପକାରୀ ଏବଂ ଜଣେ ଗାୟତ୍ରୀ ଭକ୍ତ ଭାବେ ସମସ୍ତଙ୍କର ପ୍ରିୟ ଥିଲେ। ତାଙ୍କ ବିୟୋଗ ରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ଭଗବାନଙ୍କ ଠାରୁ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ମୃତ୍ୟୁ ସମୟରେ ନିଜ ଧର୍ମ ପତ୍ନୀ ଓ ଦୁଇ ପୁତ୍ରଙ୍କ ସମେତ ଜ୍ଞାନ୍ତି କୁଟୁମ୍ବ, ବନ୍ଧୁବାନ୍ଧବ, ସହକର୍ମୀ, ଆଇନଜୀବୀ ଏବଂ ସହରର ବହୁ ମାନ୍ୟଗଣ ବ୍ୟକ୍ତି ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଷ୍ଟାମ୍ପ ଭେଣ୍ଡର ସଙ୍ଘ ଜିଲ୍ଲା ସଭାପତି ନରସିଂହ ନାଥ ପାଢୀ ଗଭୀର ଶୋକ ବ୍ୟକ୍ତ କରିଥିଲେ । ବ୍ରାହ୍ମଣ ସାହି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବଡପୁଅ ନରସିଂହ ସେଠୀ ମୁଖାଗ୍ନି ଦେଇ ଥିଲେ। ପ୍ରକାଶ ଥାଉକି ଗତ କିଛି ମାସ ଧରି ବୃକକ୍ ରୋଗରେ ସ୍ୱର୍ଗତ ଆକ୍ରାନ୍ତ ଥିଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.