କଟକରୁ ଫେରି ନାବାଳକ ରୋଗୀ ପଡିରହିଛି ପରିତ୍ୟକ୍ତ ଯାତ୍ରୀ ବିଶ୍ରାମାଗାରରେ

● ଗାଁ ଭିତରକୁ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଗ୍ରାମବାସୀ

ରାୟଗଡ,୧/୮ : କରୋନା ସଂକ୍ରମଣର ଭୟ ଠାରୁ ବଳିଯାଉଛି ସାମାଜିକ ବାସନ୍ଦର ଭୟ । ବର୍ତମାନ ସମୟରେ ଯେଉଁ ପରିବାର ତଥା ଅଂଚଳରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଅଥବା ଯେଉଁ ରାଜ୍ୟ ତଥା ରାଜ୍ୟ ବାହାରୁ ନିଜ ଘରକୁ ଫେରୁଛନ୍ତି ସେହି ମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଭଙ୍ଗିରେ ପରିବର୍ତନ ଆସିଯାଉଛି । ଯେଉଁ ଲୋକଟି ସଂକ୍ରମିତ ହେଉଛି ତାକୁ ତ ଲୋକେ ଭୟଭୀତ କରିବା ସ୍ୱାଭାବିକ କଥା କିନ୍ତୁ ଯେଉଁ ମାନେ ରାଜ୍ୟ ତଥା ରାଜ୍ୟ ବାହାରରୁ ନିଜ ଗାଁକୁ ଫେରୁଛନ୍ତି ସେମାନଙ୍କୁ ମଧ୍ୟ ଗ୍ରାମବାସୀ ମାନେ ଗାଁରେ ଭର୍ତ୍ତି କରୁନାହାନ୍ତି । ସେମାନଙ୍କୁ ଏକ ପ୍ରକାରର ସାମାଜିକ ବାସନ୍ଦ କରାଯାଉଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଭାତପୁର ପଂଚାୟତର ନୂଆଁଗାରେ । ଏହି ଗାଁର ଜଣେ ନାବାଳକ ରୋଗି କୁ ଗାଁରେ ଭର୍ତ୍ତୀ କରାଯାଇ ନ ଥିବା ବେଳେ ସେ ଗାଁ ପାଖଁ ଏକ ପରିତ୍ୟକ୍ତ ବିଶ୍ରାମଗାରରେ ଅସହାୟ ହୋଇ ପଡି ରହିଛନ୍ତି ।

ଖବର ନେବାରୁ ଜଣାଯାଇଛି ଯେ, ନୂଆଗାଁର ସ୍ୱର୍ଗତ ଅର୍ଜୁ ମିଣିଆକାଙ୍କ ପୁଅ ସଂଜୟ ମିଣିଆକାଙ୍କ ପନ୍ଦର ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାର ସମ୍ପର୍କୀୟ ଲୋକେ ପ୍ରଥମେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ କୋରାପୁଟ ସ୍ତାନାନ୍ତରିତ କରାଯାଇଥିଲା ପରେ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟ ହୁ ହୁ ହୋଇ ବଢୁଥିବା ବେଳେ ନାବାଳକର ଚିକିତ୍ସା ହୋଇପାରିନଥିଲା । ତେବେ ରୋଗିର ସମ୍ପର୍କୀୟ ମାନେ ରୋଗିକୁ ନେଇ ନିଜ ଗାଁ କୁ ଫେରିଥିଲେ । ତେବେ ରୋଗି ଏବଂ ତାର ସମ୍ପର୍କୀୟ ମାନେ କରୋନା ସଂକ୍ରମିତ ଅଂଚଳକୁ ଯାଇ ଫେରିଥିବାରୁ ସେମାନଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ । କୌଣସି ଅନ୍ୟ ଉପାୟ ନ ପାଇଁ ସମ୍ପର୍କୀୟ ମାନେ ନାବାଳକ ରୋଗିକୁ ନେଇ ଗାଁ ମୁଣ୍ଡରେ ଅପର ପାଶ୍ୱରେ ରହିଥିବା ଏକ ପରିତ୍ୟକ୍ତ ବିଶ୍ରାମାଗାରରେ ରହିଥିଲେ । ତେବେ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ନାବାଳକ ରୋଗୀ ଜଣକ ପରିତ୍ୟକ୍ତ ଘରେ ରହିଥିବା ଖବର ପାଇ ଅପରାହ୍ନରେ ବ୍ଳକ ପ୍ରଶାସନର ସହାୟତାରେ ଗ୍ରାମର କିଛି ସ୍ୱେଚ୍ଛାସେବୀ ଯୁବକମାନେ ରୋଗିକୁ ବିଷମ କଟକ ଖ୍ରୀଷ୍ଠିୟାନ୍ ହସ୍‌ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତୀ କରିଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.