ସମ୍ବଲପୁର: ସାହିତ୍ୟ ଜୀବନ ଇ-ପତ୍ରିକା ର ସେପ୍ଟେମ୍ବର ସଂସ୍କରଣ ପ୍ରକାଶିତ ହୋଇଛି । ଗତ ଅକ୍ଟୋବର ୩ ତାରିଖ ଦିନ ସାହିତ୍ୟ ଜୀବନ ତ୍ରୈମାସିକ ଇ-ପତ୍ରିକା ଅନ୍ ଲାଇନ୍ ଯୋଗେ ପ୍ରକାଶିତ ହୋଇଛି । ସମ୍ବଲପୁର ଜିଲ୍ଲା ତଥା ରେଢ଼ାଖୋଲ ଉପଖଣ୍ଡ ଆନୁକୁଲ୍ୟରେ ପ୍ରକାଶିତ ଇ-ପତ୍ରିକା ସେପ୍ଟେମ୍ବର ସଂସ୍କରଣ ର ଲୋକାର୍ପିତ ହୋଇଛି।
ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି, ସଭାପତି ଶ୍ରୀଯୁକ୍ତ ନବୀନ ପଧାନ, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନରୋତ୍ତମ ପାତ୍ର, ଉପଦେଷ୍ଟା ଶ୍ରୀଯୁକ୍ତ ଡମ୍ବରୁଧର ବେହେରା ଏବଂ ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ ଏବଂ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହଯୋଗ କ୍ରମେ ପତ୍ରିକା ଟି ପ୍ରକାଶିତ ହୋଇଛି । ଫେସବୁକ୍, ଟ୍ୟୁଟର, ଓ଼୍ବାର୍ଡସ ଆପ, ଇଷ୍ଟାଗ୍ରାମ ଆଦି ସୋସିଆଲ ମିଡ଼ିଆ ରେ ଇ-ପତ୍ରିକାଟି ପ୍ରକାଶିତ ହୋଇଛି ।
ତତ୍ ସଙ୍ଗେ ସଙ୍ଗେ ସାହିତ୍ୟ ଜୀବନର ୱେବ ସାଇଟ ମଧ୍ୟ ଲୋକାର୍ପିତ ହୋଇଛି । ଏସ୍ଏଲ୍ ଡିଜିଟାଲ ତଥା ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରସ୍ତୁତ ସାହିତ୍ୟ ଜୀବନ ୱେବସାଇଟ https://www.sahityajibana.in ରେ ସମସ୍ତ ଇ-ପତ୍ରିକା ଗୁଡିକ ସ୍ଥାନ ଦିଆଯାଇଛି । ପାଠକ ସମସ୍ତ ଇ-ପତ୍ରିକା ଗୁଡିକ ସାହିତ୍ୟ ଜୀବନ ୱେବସାଇଟରୁ ନିଶୁଳ୍କ ରେ ସଂଗ୍ରହ କରିପାରିବେ। ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ରେ ମଧ୍ୟ ଭାଗ ନେଇପାରିବେ । ଓଡ଼ିଆ ସାହିତ୍ୟର ଉନ୍ନତି ସକାଶେ କିଛି ପ୍ରୟାସ କରି ଓଡ଼ିଆ ସାହିତ୍ୟକୁ ବଢ଼ିବାରେ ସହଯୋଗ କରିବାକୁ ସମସ୍ତଙ୍କୁ ସମ୍ପାଦକ ଅନୁରୋଧ କରିଛନ୍ତି । ଶେଷରେ ପ୍ରତିଷ୍ଠାତା ପବିତ୍ର ବେହେରା ସମସ୍ତ ସାରସ୍ଵତ ସାହିତ୍ୟ ପ୍ରେମୀଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି ।