‘ମହୁରି’ ପତ୍ରିକାର ଶାରଦୀୟ ସଂଖ୍ୟା ଲୋକାର୍ପିତ

କଳାହାଣ୍ଡି: କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ‘ମହୁରି’ ପତ୍ରିକାର ଶାରଦୀୟ ସଂଖ୍ୟା ଆଜି ଉନ୍ମୋଚିତ ହୋଇଯାଇଛି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ଭବାନୀପାଟଣା ମା ମାଣିକେଶ୍ୱରୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା ପରେ ଏହାର ଲୋକାର୍ପଣ କରାଯାଇଥିଲା।

ଏହି ଅବସରରେ ମହୁରିର ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ, କାର୍ଯ୍ୟକାରୀ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନିଆଲ, ସହ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସୁଶୀଲ କୁମାର ବାଗ, ବିରଞ୍ଚିନାରାୟଣ ମୁଣ୍ଡ, ଡିଲେଶ୍ୱର ରଣା, ସମ୍ପାଦନା ସହଯୋଗୀ ପ୍ରଦୀପ ଦାସ, ଚକ୍ର ସେଠୀ, ସୀତାରାମ ନାୟକ,ଅବର୍ତ୍ତୀ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

୨୦୦୮ ମସିହାରୁ ନିରନ୍ତର ଭାବେ ଭବାନୀପାଟଣାରୁ ପ୍ରକାଶ ପାଉଥିବା ‘ମହୁରି’ ପତ୍ରିକା ସାରା ରାଜ୍ୟର ସାହିତ୍ୟ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିସାରିଛି। ପ୍ରାରମ୍ଭିକ ସଂଖ୍ୟାରେ କବିତାକୁ ଗୁରୁତ୍ୱ ଦେଉଥିଲେ ହେଁ ପରବର୍ତ୍ତୀ ସମୟରେ ସାହିତ୍ୟର ଅନ୍ୟ ବିଭବ ଗୁଡିକୁ ସାମିଲ କରି ଏହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରି ଆସୁଛି। ପ୍ରବୀଣ ଲେଖକଙ୍କ ସମେତ ନୂତନ ପିଢ଼ିର ଲେଖକ ତିଆରି କରିବାରେ ଏହି ପତ୍ରିକାର ଭୂମିକା ଉଲ୍ଲେଖନୀୟ।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.