ଲାଞ୍ଜିଗଡ଼: ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଥିବା ନୂତନ କମ୍ୟୁନିଟି ହଲ ଠାରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ୨୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଘର ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହରିହର ସାଂସ୍କୃତିକ ଅନୁଷ୍ଠାନ ଲାଞ୍ଜିଗଡ଼ର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜ ଦଳବେହେରା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଶ୍ରୀମୁଖ ଅଗସ୍ତି ପ୍ରମୂଖ ଅତିଥିଭାବେ ଯୋଗ ଦେଇଥିଲେ।
ଚଳିତ ବର୍ଷ କୋଭିତ-୧୯ କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ଲାଞ୍ଜିଗଡ଼ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ଏମ୍. ଚନ୍ଦ୍ର ଶେଖର, ସୁମନ୍ତ ଦଳବେହେରା, ଜୟନ୍ତ ମହାଖୁଡ଼, ନରେନ୍ଦ୍ର ପ୍ରଧାନୀ, ଭଗବାନ ହୋତା, କାର୍ତିକ ଓଡ଼ିଆ, ରାଘବ ଗହୀର, ଅନାମୁ ନାଏକ, ଅନଙ୍ଗ ସେଠ ଓ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in