ପୋତାଯାଇଛି ଖୁଣ୍ଟ, ଘରେ ଲାଗିଛି ସୁଇଚ ବୋର୍ଡ : ବସିନି ଟ୍ରାନ୍ସଫର୍ମର, ହୋଇନି ବିଦ୍ୟୁତ ସଂଯୋଗ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ରେଗେଡା ଗାଁ ଡୁମାଲପଡାରେ ଆଜକୁ ୬ ମାସରୁ ଉର୍ଦ୍ଧ ହେବ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା ଗଲାଣି, ଏପରିକି ଘରମାନଙ୍କୁ ବିଦ୍ୟୁତ ସଂଯୋଗ ବୋର୍ଡ ଓ ସୁଇଚ ମଧ୍ୟ ଦିଆଗଲାଣି ଅଥଚ ଏଯାଏଁ ସଂଯୋଗ ହୋଇନି ବିଦ୍ୟୁତ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କେନ୍ଦ୍ର ସରକାର ଙ୍କ ଦୀନଦୟାଲ ଉପଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୨୦୧୭ ମସିହାରୁ କାମ ଚାଲିଥିଲେ ମଧ୍ୟ ତିନି ବର୍ଷ ବିତିଲା ହେଲେ ବିଦ୍ୟୁତ ଆଲୁଅ ଜଳିଲା ନାହିଁ।

Udyog Nursery
Udyogi Nursery

ରେଗଡା ଡୁମାଲପଡାର କମଳ କାମ୍ପ, ଗଡତିଆ କାମ୍ପ, ବସନ୍ତ କାମ୍ପ, ରବି କାମ୍ପ, ସୁଦାମ କାମ୍ପ, ଜୟଶଙ୍କର ପଧାନ, ଆର୍ତ୍ତତ୍ରାଣ ମହାକୁର, ସଂକୀର୍ତ୍ତନ ଭୋଇ, ହୃଷି ଭୋଇ ଓ ଦୁଃଶାସନ ମହାକୁରଙ୍କ ଘରେ ଠିକାଦାର ବିଦ୍ୟୁତ୍ ସୁଇଚ ବୋର୍ଡ ଲଗାଇଛନ୍ତି। ତେବେ ଟ୍ରାନ୍ସଫର୍ମର ବସିନାହିଁ ଓ ବିଦ୍ୟୁତ ସଂଯୋଗୀକରଣ କରାଯାଇନାହିଁ।

ଏନ.ଟି.ପି.ସି. ଦ୍ୱାରା ପରିଚାଳିତ ଏଇ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟର ମନ୍ଥରତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ହେବ ବୋଲି ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.