ନେହେରୁ ଯୁବ କେନ୍ଦ୍ରର ୪୮ତମ ପ୍ରତିଷ୍ଠା ଦିବସ

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ୪୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଅଧ୍ୟକ୍ଷତା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ନିର୍ଦ୍ଧେଶକ ଯୋଜନା ଓ ସମନ୍ବୟ ଅଧିକାରୀ କଳାହାଣ୍ଡି ଶ୍ରୀକାନ୍ତ ଦଳେଇ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଓ ପୂର୍ବତନ ଯୁବ ସଂଯୋଜିକା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଶୁଭ ଲକ୍ଷ୍ମୀ ନାଏକ ଯୋଗ ଦେଇଥିଲେ।

Udyog Nursery
Udyogi Nursery

ଉକ୍ତ ସଭାରେ ନେହେରୁ ଯୁବ କେନ୍ଦ୍ର ସଂଗଠନର ରୂପରେଖ, କରୋନା ଜନ ସଚେତନତା, ପ୍ଲାଜମା ଦାନ, ଯୁବକ ମାନେ କିପରି ଆତ୍ମନିର୍ଭରଶୀଳ ହେବେ ଏସବୁ ଉପରେ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରଖିଥିଲେ।

କାର୍ଯକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଲେଖାପାଳ ଦୁତିଆ ବନଛୋର ପରିଚାଳନା କରିଥିବା ବେଳେ ଚିନ୍ମୟ ପଣ୍ଡା ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବିଭିନ୍ନ ଅନୁଷ୍ଠାନରୁ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଚ୍ଛାସେବୀ ମାନେ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.