ଦିବ୍ୟାଙ୍ଗ ପରିଚୟପତ୍ର ପ୍ରଦାନ ଶିବିର

ଦୁଇ ଭିନ୍ନକ୍ଷମ ଏସ.ଏଚ.ଜି.ଙ୍କୁ ୫୦ ହଜାର ଟଙ୍କାର ଚେକ ବଂଟନ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଳକ ଯୋରାଡବରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଦିବ୍ୟାଙ୍ଗ ପରିଚୟପତ୍ର ବଂଟନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ ଅଧିକାରୀ ସୁବାଶିଷ ମହାନ୍ତି, ବରିଷ୍ଠ ଅଡିଓଲୋଜିଷ୍ଟ ବାଦଲ କୁମାର ପଟ୍ଟନାୟକ ଓ ସାମାଜିକ କର୍ମୀ ସୁରେଶ ଚୌଧୁରୀ ଯୋଗ ଦେଇଥିଲେ ।

ଏହି ଅବସରରେ ୪୮ ଜଣ ଦିବ୍ୟାଙ୍ଗଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ଗୋଟିଏ ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଥିଲା । ତିନି ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲଚେୟାର ଓ ଜଣକୁ ଟ୍ରିସାଇକଲ ଦେବା ପାଇଁ ଚିହ୍ନଟ କରାଯାଇଥିଲା । ତିନୋଟି ଦିବ୍ୟାଙ୍ଗ ଦମ୍ପତି ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି ଦେବାକୁ ମଧ୍ୟ ଚିହ୍ନଟ କରାଯାଇଥିଲା ।

ଏହାପରେ ଉକ୍ତ ଅଧିକାରୀ ମାନେ ଦୀର୍ଘଦିନ ହେଲା ପକ୍ଷାଘାତ ରୋଗରେ ପିଡିତ ହୋଇଥିବା ଯୋରାଡୋବରାର ପୂର୍ବତନ ସରପଂଚ ମୂରଲୀଧର ମାଝୀଙ୍କ ଘରକୁ ଯାଇ ତାଙ୍କୁ ଦିବ୍ୟାଙ୍ଗ ପରିଚୟପତ୍ର ପ୍ରଦାନ କରିଥିଲେ। ଏହାସହ ଗଜବାହାଲ ଗ୍ରାମ ପଂଚାୟତର ଅବୁଜବାହାଲ ଗ୍ରାମକୁ ଯାଇ ଦୁଇଟି ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଚେକ ପ୍ରଦାନ କରିଥିଲେ । କାର୍ଯ୍ୟାକ୍ରମକୁ ବିଭାଗୀୟ ଡି.ଇ.ଓ ଲକ୍ଷପତି ପୁଝାରୀ ପରିଚାଳନା କରିଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.