ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର ଆଲୋଚନା ଚକ୍ର

କର୍ଲାମୁଣ୍ଡା, (ଆଶୁତୋଷ ଦାସ): ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର ଭବାନୀପାଟଣା ବ୍ଳକ ସ୍ତରୀୟ ଆଲୋଚନା ଚକ୍ର ଓ ସଚେତନତା ସଭା କର୍ଲାପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ସମାଜ,ଭବାନୀପାଟଣା ବ୍ଳକ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗୌରହରୀ ନାଏକ ଅଧ୍ୟକ୍ଷତା କରିଥିଲେ । ଏଥିରେ କର୍ଲାମୁଣ୍ଡା ବ୍ଳକ ପ୍ରତିନିଧି ବରୁଣ କୁମାର ସୁନା, ମ.ରାମପୁର ବ୍ଳକ ପ୍ରତିନିଧି ଡୋଳେଶ୍ୱର ନାଏକ, କୋକସରା ବ୍ଳକ ପ୍ରତିନିଧି ଲବ ବେମାଲ, ଜୁନାଗଡ ପ୍ରତିନିଧି ବିଶ୍ୱନାଥ କର, ନର୍ଲା ପ୍ରତିନିଧି ସୁବାଷ ବାଗ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଆମ୍ବେଦକର ଓ ଗୌତମବୁଦ୍ଧଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ରାଜକିଶୋର ସୁନା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ମଧ୍ୟମ ଓ ଶେଷଭାଗରେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ସଂଙ୍ଗୀତ ପରିବେଷଣ କରିଥିଲେ ଆକାଶବାଣୀ କଣ୍ଠଶିଳ୍ପୀ ରେଣୁରଂଜନ ବାଗ । ବିଶିଷ୍ଟ କଳାକାର ଓ ସମାଜସେବୀ ମଧୁସୁଦନ ବାଗ ସଭା ସଂଯୋଜନା କରିଥିଲେ । ଏଥିରେ ଆଲୋଚକ ଭାବେ ଯୋଗେଶ୍ୱର ସାଗର, ବିଭିଷଣ ନାଏକ, ଛବିଲାଲ ନିଆଲ, ଦିଗାମ୍ବର ଦୁରିଆ, ଯତିନ୍ଦ୍ର କର, ଗିରିଶ କୁମାର ବେହେରା, ସତ୍ୟବାଦୀ ନାଏକ, ଗୋବର୍ଦ୍ଧନ ବାଗ, ଜିତୁ ନାଏକ ଓ ସୁଷମା ସୁନା ଯୋଗଦେଇ ଅନୁସୂଚିତ ଜାତିର ସମସ୍ୟା, ପ୍ରତିକାର ଓ ପ୍ରଗତିଶୀଳତା ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ଧନଂଜୟ ଦୀପ, ମୁରଳୀଧର ନାଏକ, ସୁମଳ ବାଗ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ଯେ, ଏହି ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଳ୍ଲାର ୧୩ଟି ବ୍ଳକରେ ବ୍ଳକସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.