ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ପୂର୍ଣ୍ଣମାସୀ ଜାନୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସାରଙ୍ଗଗଡ: କୁଇଭାଷା ସାହିତ୍ୟ ସମିତି କନ୍ଧମାଳ ଓଡ଼ିଶା ଓ କୁଇଭାଷା ଯୁବ ପରିଷଦ କନ୍ଧମାଳ ଓଡ଼ିଶା ତରଫରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପୂର୍ଣ୍ଣମାସୀ ଜାନୀ (ଟାଡିସରୁବାଇ ବାବା)ଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଦୀନବନ୍ଧୁ କହଁରଙ୍କର ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଶ୍ରୀମତୀ ଜାନୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ “ଦ୍ଵିତୀୟ ଭୀମ ଭୋଇ ସମ୍ମାନ-୨୦୨୧”ରେ ସମ୍ମାନୀତ କରାଯାଇଥିଲା।

ମେଦିନୀଧର ଜାନୀଙ୍କ ନେତୃତ୍ୱରେ କଳାହାଣ୍ଡିରୁ ଆସିଥିବା ବୈଦ୍ୟରାଜ ପବିତ୍ର ଶବର, ରୁକ ଶବର, ସୁରେଶ ଭୋଇ, ବିଦେଶୀ ପ୍ରଗଣିଆ, ଗଗନ ବିହାରୀ ସା, ମାୟା ଛତ୍ରୀଆ ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହିଭଳି ପ୍ରତିଭାକୁ ସେମାନେ ଆଦିସ୍କନ୍ଦ ସମାଜ, କଳାହାଣ୍ଡି ତରଫରୁ ମଧ୍ୟ ଏକ ମାନପତ୍ର ପ୍ରଦାନ କରିବା ସହିତ ଉପଢୌକନ ପ୍ରଦାନ କରି “କୁଇ କନ୍ଧ ଭୂମିପୁତ୍ରୀ-୨୦୨୧” ଉପାଧିରେ ବିଭୂଷିତ କରିଥିଲେ । ସମାରୋହରେ ପ୍ରଦୀପ କହଁର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କୁଇଭାଷା ସାହିତ୍ୟ ସମିତି ସମ୍ପାଦକ ଡଃ ନୀରଦ ଚନ୍ଦ୍ର କହଁର ମଞ୍ଚ ପରିଚାଳନା କରିଥିଲେ ।

ଏହି ଅବସରରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ଦେବାଶିଷ କହଁର, ସମ୍ପାଦକ ଅଚ୍ୟୁତ ଜାନୀ, କୋଷାଧ୍ୟକ୍ଷ ଭାବରେ ଗଗନ କହଁର, ଉପସଭାପତି ଭାବରେ ୩ଜଣ, ଯୁଗ୍ମ ସମ୍ପାଦକ ଭାବେ ୩ ଜଣ ଏବଂ ପ୍ରତ୍ୟେକ ବ୍ଲକରୁ ବ୍ଲକ ପ୍ରତିନିଧି ଚୟନ କରାଯାଇଥିଲା । ସମସ୍ତେ ଟାଡିସରୁବାଇ ବାବାଙ୍କର ଆଶୀର୍ବାଦ ଗ୍ରହଣ କରି ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ । ପରିଶେଷରେ ଦେବାଶିଷ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.