ମୁନିଗୁଡ଼ା ସହରରେ ଟ୍ରାଫିକ ଅବସ୍ଥା ଅସମ୍ଭାଳ: ନୋ ଏଣ୍ଟ୍ରି ପାଇଁ ଦାବୀ

ଲମ୍ବା ଲାଇନରେ ମାଳ ମାଳ ଟ୍ରକ୍, ଯାଇପାରୁନି ଆମ୍ବୁଲାନ୍ସ

ରାମନାଗୁଡା/ମୁନିଗୁଡା: ରାୟଗଡା ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ମୁନିଗୁଡାରେ ଅସମ୍ଭାଳ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା। ଟ୍ରାଫିକ ସମସ୍ୟା ଦୂରକରିବାକୁ ଲକ୍ଷ୍ମଣନାୟକ ଛକ ଠାରେ ପୋଲିସ ମୁତୟନ କରାଯାଇଛି ଏବଂ କିଛି ପରିମାଣରେ ସୁଧାର ଆସିଛି। ତେବେ ଅସଂଖ୍ୟ ଯାନବାହାନ ଚଳାଚଳ ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି।ଦିନରେ ଲମ୍ବା ଲାଇନ୍ ମାଳ ମାଳ ଟ୍ରକ ଯାତାୟତ, ରାସ୍ତା ଉପରେ ପରିବାବାବିକ୍ରି, ଏଠି ସେଠି ଖାମଖିଆଲି ଭାବେ ଯାନବାହାନ ରଖିବା ଆଦି କାରଣ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ବେଳେବେଳେ ରୋଗିଙ୍କୁ ଆମ୍ଵୁଲାନ୍ସରେ ନେବା ମଧ୍ୟ କଷ୍ଟକର ହୋଇ ପଡୁଛି।

Omkar Vasthu
Omkar Vasthu


ଏଥି ପୂର୍ବରୁ ସକାଳ ୮ଟା ରୁ ରାତି ଆଠଟା ପର୍ଯୟନ୍ତ ନୋ ଏଣ୍ଟ୍ରି କରାଯାଇଥିଲା। ଧନଜୀବନ ସୁରକ୍ଷିତ ରହିବା ସହ ଛୋଟଛୋଟ ପିଲାମାନେ ନିର୍ଭୟରେ ସ୍କୁଲ ଓ ଟିଉସନକୁ ଯାଇପାରୁଥିଲେ। ବର୍ତ୍ତମାନ ନୋ ଏଣ୍ଟ୍ରି ବନ୍ଦ କରାଯାଇଥିବାରୁ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି ହେଵାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ତେଣୁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ଢଙ୍ଗରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି।

Pearl dental clinic
Near Ashish Medical Store, Bhawanipatna


ରାସ୍ତା କଡରେ ଦୋକାନ କରିଥିବା ଲୋକଙ୍କୁ ସ୍ବତନ୍ତ୍ର ସ୍ଥାନରେ ବ୍ୟବସାୟ କରିବାକୁ ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁ ଏବଂ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ନେଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସ୍ଥାନୀୟ ଜନତା ମତ ପ୍ରକାଶ କରିଛନ୍ତି। ସେହିପରି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବର୍ତମାନ ନୋ ଏଣ୍ଟ୍ରି କରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କ୍ରିଷ୍ଣା ପେଟ୍ରୋଲ ପମ୍ପ, ଭିମରାଜୁ ପେଟ୍ରୋଲ ପମ୍ପ ଏବଂ ବନଦୁର୍ଗା ଠାରେ ଟ୍ରକ୍ ସବୁ ଅଟକା ଯାଇ କେବଳ ଭାରିଯାନ ଏଣ୍ଟ୍ରି ସମୟରେ ଛଡାଗଲେ ସାଧାରଣ ଜନତାଙ୍କ ଜୀବନ ଯାତ୍ରା ସୁଗମ ଓ ସୁରକ୍ଷିତ ହୋଇ ପାରିବ, ତେଣୁ ପ୍ରଶାସନ ଏଦିଗରେ ଧ୍ୟାନ ଦେବାକୁ ଦାବି ହେଉଛି।

Udyog Nursery
Udyogi Nursery

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.