ମହାଶିବରାତ୍ରି: ନିତିକାନ୍ତି ସହ ଉଠିଲା ମହାଦୀପ

କୋକସରା, (ହିରଣ୍ୟ ବେହେରା): ଦିନ ସାରା ଓ ମହାଦୀପ ଉଠିବା ପର୍ଯ୍ୟନ୍ତ ଓଁ ନମଃ ଶିବାୟ ଧ୍ଵନିରେ ଗୁଞ୍ଜରିତ ହେଉଥିଲା ସମସ୍ତ ଶୈବ ପୀଠ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳ ପାଲି, ଝରିଆଗୁଡା, ସ୍ବିନୀ, ମୂଷାପାଲି, ଲଡୁଗାଁ ଝାରବନ୍ଧ କାଳେଶ୍ଵର, କୁସୁମଖୁଣ୍ଟି ନୀଳକଣ୍ଠେଶ୍ଵର ମହାଦେବ ଓ ବିଭିନ୍ନ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭକ୍ତଙ୍କ ଭିଡ଼ ଓ କୋଭିଡ କଟକଣାକୁ ଦୃଷ୍ଟି ରେ ରଖି କୁସୁମଖୁଣ୍ଟି ମନ୍ଦିର କମିଟି ପକ୍ଷରୁ ମାସ୍କ, ସାନିଟାଇଜର, ଓ ସାମାଜିକ ଦୂରତା ସହ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଉଥିଲା।

Udyog Nursery
Udyogi Nursery

ମହାଶିବରାତ୍ରି ଜାଗର ପାଇଁ କୁସୁମଖୁଣ୍ଟି ମନ୍ଦିର କମିଟି ପକ୍ଷରୁ ସନ୍ଧ୍ୟାରେ ଏକ ସୁନ୍ଦର ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ହାର୍ମୋନିକ ମିଉଜିକାଲ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷଣ ହୋଇଥିଲା। ରାତ୍ରୀର ନିର୍ଦ୍ଧାରିତ ସମୟରେ ମହାଦେବଙ୍କ ମହାଦୀପ ଉଠିଥିଲା।

ମନ୍ଦିର ପୂଜକ ଅଶୋକ ଦାସ ଓ ପରିଚାଳନା କମିଟି ର ମୁରଲୀ ବିଶି, ପ୍ରଦୀପ ପ୍ରଧାନୀ, ଧ୍ରୁବ କୁମାର, ପଞ୍ଚା, ଅପୁ, ସଂଗ୍ରାମ ପ୍ରଧାନ, ଦିଲୁ ରାଉତ, ପ୍ରକାଶ ପ୍ରଧାନ, ସମେତ କମିଟି ର ସମସ୍ତ ସଭ୍ୟ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

କୋକସରା ଥାନା ଏ ଏସ ଆଇ ମନୋରଞ୍ଜନ ଆଚାର୍ଯ୍ୟ ଓ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ତାଙ୍କ ସୁରକ୍ଷା ବଳ ସହ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.