ଶୁଭାରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

ମାଓ ପ୍ରବଣ ଦୁର୍ଗମ ରଣରଣା ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ଗାଁକୁ ଫୋକସ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଜସ୍ୱ ଉଦ୍ୟମରେ ନିଜସ୍ୱ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଛି ଗାଁକୁ ଚାଲ ଅଭିଯାନ । ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସମସ୍ୟା ଘେରରେ ଥିବା ଗାଁ ଗୁଡ଼ିକୁ ବଛାଯାଇ ବ୍ଲକ ପ୍ରଶାସନ ସେଇ ଗାଁରେ ପହଞ୍ଚିବା ସହିତ ସେଠାକାର ଲୋକଙ୍କ ସହିତ ଆଲୋଚନା କରି ସେଗୁଡିକର ସମାଧାନ ପାଇଁ ଉଦ୍ୟମ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ କଳ୍ପନା ପ୍ରସୂତ ଏହି କାର୍ଯ୍ୟକ୍ରମକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବ୍ଲକର କାନକୁଟ୍ରୁ ଗ୍ରାମପଞ୍ଚାୟତର ଦୁର୍ଗମ ଓ ମାଓ ପ୍ରବଣ ରଣରଣା ଗାଁରେ ଏହାର ଶୁଭାରମ୍ଭ କରାଯାଇଛି । ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବିଡିଓ ଶ୍ରୀ ମିଶ୍ର, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଏପିଓ ସଞ୍ଜିତ କୁମାର ପରିଡ଼ା, ପିଏମ୍‌ଏୱାଇ ବିପିଏ ରାଜେଶ ମହାରଣା, ଯୋଗାଣ ବିଭାଗର ଲକ୍ଷ୍ମଣ ନାୟକ କାନକୁଟ୍ରୁଠାରୁ ତିନି କିଲୋମିଟର ଦୂର ପାହାଡ଼ିଆ ରାସ୍ତାରେ ପାଦରେ ଚାଲିଚାଲି ଗାଁରେ ପହଞ୍ଚିଥିଲେ । ସେମାନଙ୍କ ସହିତ କାନକୁଟ୍ରୁ ସରପଞ୍ଚ ସରସ୍ୱତୀ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଈଶ୍ୱର ସାହୁ ପ୍ରମୁଖ ଗାଁକୁ ଯିବା ସହିତ ଗାଁରେ ଥିବା ତେରଟି ଆଦିବାସୀ ପରିବାରର ସମସ୍ତ ସଦସ୍ୟଙ୍କୁ ଡାକି ଏକ ସଭାର ଆୟୋଜନ କରିଥିଲେ । ଗାଁରେ ଦୀର୍ଘ ତିନିଘଣ୍ଟା ବିତାଇବା ସହ ପ୍ରତି ଲୋକଙ୍କ ସମସ୍ୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରାଯାଇଥିଲା । ଗାଁରେ ମୁଖ୍ୟ ସମସ୍ୟା ରାସ୍ତା ହୋଇଥିବାବେଳେ କାନକୁଟ୍ରୁ ନିକଟରେ ଥିବା ନାଳରେ ବର୍ଷାଦିନେ ପାଣି ଅଧିକ ରହୁଥିବାରୁ ଯାତାୟତରେ ସେମାନଙ୍କ ଚିନ୍ତା ବଢିଯାଇଥାଏ । ସେହିପରି ଗାଁରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ସମେତ କୌଣସି ସୁବିଧା ନଥିବାବେଳେ ପ୍ରଶାସନ ଏହି ଗାଁକୁ ଯିବା ପୂର୍ବରୁ ବହୁତ କଷ୍ଟ ସ୍ୱୀକାର କରି ଗାଁରେ ଏକ ନଳକୂଅ ଖୋଳାଇଥିଲା । ଏଣୁ ଏସବୁ ସମସ୍ୟା ସଂପର୍କରେ ଆଲୋଚନା କରି ପର୍ଯ୍ୟାୟ କ୍ରମେ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ବ୍ଲକ ପ୍ରଶାସନକୁ ନିଜ ଦୁଆର ମୁହଁରେ ପାଇ ରଣରଣା ଗାଁ ଲୋକେ ଖୁସି ବ୍ୟକ୍ତ କରିବା ସହିତ ପ୍ରଶାସନ ଆମର ସମସ୍ୟା ଶୁଣିଲା ସେଇଟା ଆମ ପାଇଁ ଏକ ବଡ ଗୌରବର କଥା ବୋଲି ଗାଁର ଖୁଣଜା ମାଝୀ, ଟିକେ ମାଝୀ, ଟେକି ମାଝୀ ପ୍ରମୁଖ ମତବ୍ୟକ୍ତ କରି କହିଛନ୍ତି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.