ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ଵର’ ଉପରେ କବିତା ଆସର ଏବଂ ସାହିତ୍ୟ ଆଲୋଚନା

ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମହାଦେବଙ୍କ ଉପରେ ଲିଖିତ କବିତା ଆସର ସହ ସାହିତ୍ୟ ଆଲୋଚନା ହୋଇଥିଲା। ଉକ୍ତ ଓ୍ଵେବିନାରରେ ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ପ୍ରାରମ୍ଭିକ ଅଭିଭାଷଣ ଓ ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ବିଶ୍ଵେଶ୍ଵର ମାଝୀ ଯୋଗଦେଇ ସାହିତ୍ୟିକମାନେ ନିର୍ଭୀକ ଭାବରେ ସରଳ ବୋଧଗମ୍ୟ ସୃଷ୍ଟି ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ରଞ୍ଜନ କୁମାର ପଣ୍ଡା ଯୋଗଦେଇ ଲେଖାର ସମୀକ୍ଷା ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଉକ୍ତ ଆସର ପ୍ରାରମ୍ଭରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ କବିତାରେ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ସାହିତ୍ୟ ଓ ସାହିତ୍ୟିକ କବି ବନ୍ଧୁ ପରିବାରର ଉଜ୍ୱଳ ଭବିଷ୍ୟତର ରୂପରେଖ ଉପରେ ବକ୍ତବ୍ୟ ରଖିଥିଲେ ଅନୁଗୁଳ ଜିଲ୍ଲାର ସାହିତ୍ୟିକା ନନ୍ଦିନୀ ରାଉତ।ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରିଥିଲେ ରୀତା ଅପରାଜିତା ମହାନ୍ତି। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ। ମୁଖ୍ୟ ଅତିଥି ବିଶ୍ଵେଶ୍ଵର ମାଝୀଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

Omkar Vasthu
Omkar Vasthu

ଭଞ୍ଜମାଟିର ଯୁବକବି ଶିବାନନ୍ଦ ବାରିକ, ଭୁବନେଶ୍ୱରର ବିଶ୍ଵେଶ୍ଵର ମାଝୀ, ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବୈଦ୍ୟନାଥ ପଣ୍ଡା, ଗଞ୍ଜାମରୁ ଗଗନ କୁମାର ଦାସ, ଲୋକନାଥ ରେଡି, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ କୁମାର ବିଶ୍ଵାଳ, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ଜୁମରନାଥ ପାତ୍ର, ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଗୀତା ପୁରୀ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଅନାମ ଚରଣ ସାହୁ, ଅରୂପାନନ୍ଦ ନାୟକ, ମୁରାରୀ ପ୍ରସାଦ ପଶାଏତ, ସୁଷାନ୍ତ ଦାସ, ରଞ୍ଜନ କୁମାର ପଣ୍ଡା ପ୍ରମୁଖ କବି କବୟତ୍ରୀ ଆଲୋଚନା ଓ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରିଥିଲେ। ବିପିନ ବିହାରୀ ବାରିକ ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.