ନବ କିଶୋର ସାମନ୍ତରାୟ ସ୍ମୃତି ସଂସଦ ସ୍ଥାପିତ

କଟକ: ପବିତ୍ର ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ନବ କିଶୋର ସାମନ୍ତରାୟ ସ୍ମୃତି ସଂସଦ ସ୍ଥାପନ କରାଯାଇଛି। ନବ କିଶୋର ସାମନ୍ତରାୟ ଓଡ଼ିଶା ପୋଲିସ ବିଭାଗରେ ଉଚ୍ଚ ପଦସ୍ତ ଅଧିକାରୀ ଥିଲେ। ସାମାଜିକ ସେବା, କ୍ରୀଡା, ପରିବେଶ ସୁରକ୍ଷା ଏବଂ ସାହିତ୍ୟ ପ୍ରତି ଅହେତୁକ ରୁଚି ପ୍ରଦର୍ଶନ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ନିଜ ପ୍ରତିଷ୍ଠା ଭିତରେ ସମାଜ କଲ୍ୟାଣ କରିବା ପାଇଁ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇ ରହିଥିଲେ।


ନିଜ ଅର୍ଥରେ ଅନେକ ସମାଜ ମଙ୍ଗଳ କାର୍ଯ୍ୟ କରିବା ସହିତ ବନ୍ୟା, ବାତ୍ୟା ସମୟରେ ଲୋକମାନଙ୍କର ଅତି ନିକଟତର ହୋଇ ସେବାକାର୍ଯ୍ୟ କରିଥିଲେ। ଆଜିର ଯୁବ ପିଢ଼ିଙ୍କୁ ମାର୍ଗଦର୍ଶନ ଦେବା ପାଇଁ ତାଙ୍କ ଆଦର୍ଶରେ ନବ କିଶୋର ସାମନ୍ତରାୟ ସ୍ମୃତି ସଂସଦର ପରିକଳ୍ପନା କରାଯାଇଛି। ଏହି ଅନୁଷ୍ଠାନଟି ସମସ୍ତ ଓଡ଼ିଶାର ଜନତାଙ୍କ ଶ୍ରଦ୍ଧା ଏବଂ ସହାନୁଭୂତିକୁ ପାଥେୟ କରି ସମସ୍ତ କାର୍ଯ୍ୟ କରିବ। କରୋନା କଟକଣା ଭିତରେ ବିଧିବିଧାନ ଏବଂ ସଂକଳ୍ପ ଭିତରେ ବିଜୟଲକ୍ଷ୍ମୀ ସାମନ୍ତରାୟ ଏହି ଅନୁଷ୍ଠାନର ପ୍ରତିଷ୍ଠା କରିଛନ୍ତି।


ଏହି ଅନୁଷ୍ଠାନର ଆବାହକ ସଂଗ୍ରାମ କେଶରୀ ସାମନ୍ତରାୟ, ସମୀର କୁମାର ସାମନ୍ତରାୟ, ସାଗର କୁମାର ସାମନ୍ତରାୟ ଅନୁଷ୍ଠାନ ମାନବିକ ମୂଲ୍ୟବୋଧ ଭିତର ସକାରାତ୍ମକ ଭାବନାକୁ ନେଇ କାର୍ଯ୍ୟ କରିବ ବୋଲି ସଂକଳ୍ପ କରିଥିଲେ। ଧବଳେଶ୍ଵର ସାରସ୍ଵତ ଆଶ୍ରମର ସନ୍ଥ ମାନସ ଚୈତନ୍ୟ ଅନୁଷ୍ଠାନ ସହିତ ଜଡିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବାକୁ ମତବ୍ୟକ୍ତ ଦେଇଥିଲେ।


ଅନୁଷ୍ଠାନର କର୍ମକର୍ତ୍ତା ଶ୍ରେୟାଂଶ ସାମନ୍ତରାୟ , ଆଶୁତୋଷ, ଆଦିତ୍ୟ, ନିବେଦିତା ବିଶ୍ଵାଳ, ବିଷ୍ଣୁପ୍ରିୟା ବିଶ୍ଵାଳ, ମିନର୍ଭା ମଲ୍ଲ, ସ୍ଵାତୀ ସାମନ୍ତରାୟ, ଶାଶ୍ଵତୀ ସାମନ୍ତରାୟ, ସୋଫିଆ ସାମନ୍ତରାୟ, ଶାଶ୍ଵତ ରାଉଳ, ସୁଧୀର ରଞ୍ଜନ ରାଉଳ, ଶମ୍ଭୁନାଥ ସାମଲ, ଅନିଶା ସାମଲ, ଜ୍ଞାନ ରଞ୍ଜନ ସାମନ୍ତରାୟ ପ୍ରମୁଖ ଆନୁଷ୍ଠାନିକ ଭାବେ ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।


ଉକ୍ତ ଅନୁଷ୍ଠାନର ପରବର୍ତ୍ତୀ ସମୟରେ କାର୍ଯ୍ୟ ସୁପରିଚାଳନା ପାଇଁ ନବକଳେବର କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯିବ। ଏହି ଅନୁଷ୍ଠାନଟି ସମାଜ ମଙ୍ଗଳ, ପରିବେଶ ସୁରକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.