ମା ମଙ୍ଗଳା ଶୌଣ୍ଢିକ ସେବାସଂଘର କାର୍ଯ୍ୟକାରୀଣୀ ବୈଠକ

ନୂତନ କାର୍ଯ୍ୟକର୍ତ୍ତା ଚୟନ: ଗୋବିନ୍ଦ ସେନାପତି ସଭାପତି, ଧବଳେଶ୍ବର ନୀଳଗିରି ସମ୍ପାଦକ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମା ମଙ୍ଗଳା ଶୌଣ୍ଢିକ ସେବାସଂଘର ଏକ କାର୍ଯ୍ୟକାରୀଣୀ ବୈଠକ ଶକ୍ତି ଅନୁଷ୍ଠାନ ସ୍ଥିତ କାଜୁତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପସଭାପତି ଗୋବିନ୍ଦ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା।


ପୂର୍ବରୁ ସଂଘର ପୂର୍ବତନ ସଭାପତି ଜଗନ୍ନାଥ କଂସ ବେହେରାଙ୍କ ବିୟୋଗ ପରେ ଆଜି ସଂଘ ନୂତନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂଘର ସଭାପତି ଭାବେ ଗୋବିନ୍ଦ ସେନାପତି ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ବାସୁଦେବ ପଣ୍ଡୁ, ସମ୍ପାଦକ ଭାବେ ଧବଳେଶ୍ବର ନୀଳଗିରି, କୋଷାଧ୍ୟକ୍ଷ ଭାବେ ବିଶ୍ବନାଥ ସେନାପତି, ସହସମ୍ପାଦକ ଭାବେ ରଞ୍ଜିତ ନାୟକ ବେହେରା, କାର୍ଯ୍ୟକାରୀ ସଭାପତି ରୂପେ ହେମାରାଓ କଂସ ବେହେରାଙ୍କୁ ମନୋନୀତ କରାଯାଇଛି। ସେହିପରି ରାମନାଗୁଡାବ୍ଲକର ୧୨ଗୋଟି ପଞ୍ଚାୟତରେ ସୁପରିଚାଳନା ନିମନ୍ତେ ୧୨ଜଣଙ୍କୁ ଉପଦେଷ୍ଟା ଚୟନ କରାଯାଇଥିଲା।


ଏହି ଉପଦେଷ୍ଟା କମିଟିରେ କୈଳାସ ଚନ୍ଦ୍ର ସାହୁକାର, ଯୋଗେନ୍ଦ୍ର ସାହୁକାର, ଏନ୍ ତାଣ୍ଡବ ରାଓ, ରାଜୀବ ତୃଳ, ପୂର୍ଣ୍ଣଚନ୍ଦ୍ର ନେମାଲପୁରୀ, ସୋମନାଥ ପୁରୁଷୋତ୍ତମ, ଶ୍ୟାମସୁନ୍ଦର ପୁରୁଷୋତ୍ତମ, ଜଗନ୍ନାଥ ନେମାଲପୁରୀ, ସଞ୍ଜୟ ତୂଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି କରୋନା ଭୟାବହତା ଯୋଗୁଁ ସିମୀତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବାବେଳେ କରୋନାରେ ମୃତ୍ୟୁବରଣ କରିଥିବା ପରିବାରଲୋକଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଉଦୟ ଚନ୍ଦ୍ର ନେମାଲପୁରୀ ସଭା ପରିଚାଳନା କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିବାବେଳେ ରଞ୍ଜିତ ନାୟକ ବେହେରା ଓ ରବି ସାହୁକାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.