ଆଜି ଭାଲେଣ୍ଟାଇନ ସପ୍ତାହର ଦ୍ଵିତୀୟ ଦିବସ : ପ୍ରପୋଜ ଡେ’। ଆପଣ ଯଦି କେମିତି ପ୍ରପୋଜ କରିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ବିଲକୁଲ ଚିନ୍ତା କରନ୍ତୁନି।ଏଥିପାଇଁ ଅନେକ ଅଭିନବ ଉପାୟ ରହିଛି। ଆସନ୍ତୁ ଜାଣିବା କିଭଳି ସାଥୀକୁ ପ୍ରପୋଜ କରି ଚମକେଇ ଦେଇ ପାରିବେ, ଯେମିତି ସେ ହଁ ଛଡ଼ା ଆଉ କିଛି କହି ପାରିବନି।
- ସାଥୀର ହୃଦୟ ଜିତିବା ପାଇଁ ଗୋଟେ କାମ କରନ୍ତୁ। ଏକ ଧଳା ରଙ୍ଗର ଟି-ସାର୍ଟରେ ଆପଣଙ୍କ ଦୁହିଁଙ୍କ ଛବି ଓ ଆପଣଙ୍କ ହୃଦୟର କଥାକୁ ପ୍ରିଂଟ କରିଦିଅନ୍ତୁ। ତା’ପରେ ସେଇ ଟି-ସାର୍ଟ ଉପରେ ଜାକେଟ ପିନ୍ଧି ସାଥୀ ପାଖକୁ ଯାଆନ୍ତୁ। ତାଙ୍କ ପାଖକୁ ଯାଇ ଗୋଟେ ମସ୍ତ ସ୍ମାଇଲ ସହ ଜାକେଟ ଖୋଲିଦିଅନ୍ତୁ। ଏହା ଆପଣଙ୍କ ସାଥୀକୁ ଆହ୍ଲାଦିତ କରିପାରେ।

Omkar Vasthu
- ନିଜ ସାଥୀକୁ କେକ ବା ଚକୋଲେଟ ସହ ରିଙ୍ଗ ଲୁଚାଇ ଗିଫ୍ଟ କରିପାରିବେ। ଏଥିସହ ଗୋଟେ ମନଛୁଆଁ ମେସେଜ ନିଶ୍ଚୟ ପଠାନ୍ତୁ। ଆପଣଙ୍କ ପ୍ରପୋଜ କରିବା ତରିକାକୁ ସାଥୀ ଭୁଲିପାରିବ ନାହିଁ।

Near Ashish Medical Store, Bhawanipatna
- ଗୋଟେ ଭିଡିଓରେ ନିଜ ମନକଥା ପ୍ରକାଶ କରି ୟୁଟ୍ୟୁବରେ ପୋଷ୍ଟ କରନ୍ତୁ। ଏହାର ଲିଙ୍କ ସାଥୀ ପାଖକୁ ପଠାଇ ଦିଅନ୍ତୁ। ଆପଣ ସିଧାସଳଖ ବି ଭିଡ଼ିଓ ପଠେଇ ପାରନ୍ତି। ଏଥିରେ କିନ୍ତୁ ସାଥୀର ପସନ୍ଦ ଅପସନ୍ଦ ପ୍ରତି ନିଶ୍ଚୟ ଧ୍ୟାନ ରଖିବେ, ନହେଲେ ସେ ରାଗି ଗଲେ କଥା ସରିଲା।

Udyogi Nursery
- ଅଡିଓ ରେକର୍ଡ଼ କରି ମଧ୍ୟ ନିଜ ସାଥୀକୁ ପ୍ରପୋଜ କରିପାରିବେ। ଅଡିଓରେ କିଛି ରୋମାଣ୍ଟିକ କଥା କହିବା ସହ ବେକଗ୍ରାଉଣ୍ଡ ମ୍ୟୁଜିକ ଦିଅନ୍ତୁ। ଏହାକୁ ସାଥୀର ମୁଡ ପ୍ରତି ଧ୍ୟାନ ରଖି ଠିକ ସମୟରେ ପଠେଇ ଦିଅନ୍ତୁ। ଏହା ଶୁଣି ସାଥୀ ନିଶ୍ଚୟ ଖୁସି ହେବେ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Subscribe us on Youtube👇
http://tiny.cc/odiabarta