ଲାଞ୍ଜିଗଡ଼ ବ୍ଲକର ୮ ସାମ୍ବାଦିକ କୋଭିଡ୍ ଟୀକାରୁ ବଞ୍ଚିତ

ଲାଞ୍ଜିଗଡ଼: କରୋନା ଯୁଦ୍ଧର ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଭାବେ ସାମ୍ବାଦିକଙ୍କୁ ମାନ୍ୟତା ଦେଇଛନ୍ତି ଓଡିଶା ସରକାର। ନିକଟରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ପରେ ସାରା ରାଜ୍ୟରେ ସାମ୍ବାଦିକମାନଙ୍କୁ କୋଭିଡ ଟିକା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ଅନେକ ସାମ୍ବାଦିକ ଏହି ଟିକା ଗ୍ରହଣ କରିଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ୧୨ଜଣ ସାମ୍ବାଦିକଙ୍କ ମଧ୍ୟରୁ ୪ଜଣ ଟିକା ଗ୍ରହଣ କରିଥିବାବେଳେ ୮ଜଣ ଏଥିରୁ ବାଦ ପଡିଛନ୍ତି। ଏପରିକି ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ବ୍ଲକର ମାତ୍ର ୨ଜଣ ସାମ୍ବାଦିକ ସାମିଲ ଅଛନ୍ତି ଓ ଅନ୍ୟ ୧୦ଜଣ ସାମ୍ବାଦିକ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଏହାକୁ ନେଇ ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ତେଣୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଏହାର ପୁନଃବିଚାର କରିବାକୁ ସେମାନେ ଦାବି କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.