ଜୁନାଗଡ଼: ଦାସିଗାଁ ପେକ୍ସ ଅନ୍ତର୍ଗତ ତାଳପଦର ଗ୍ରାମରେ କିଛି ବର୍ଷ ହେବ ଧାନ ମଣ୍ଡି ନିୟମିତ ଚାଲିଆସୁଥିଲା। କିନ୍ତୁ ଚଳିତ ବର୍ଷ ଏହି ଧାନ ମଣ୍ଡିକୁ ବନ୍ଦ କରି ଦିଆଗଲା। ଫଳରେ ଏହି ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀ ନିରାଶ ହୋଇ ପଡିଛନ୍ତି। ଏଠାରୁ ପ୍ରାୟ ୧୦ କିଲୋମିଟର ଦୂର ଦାସିଗାଁ ମଣ୍ଡିରେ ଧାନ ବିକ୍ରୟ ନିମନ୍ତେ ଏ ଅଞ୍ଚଳର ଚାଷୀଙ୍କୁ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଲପଦରରେ ପୁଣିଥରେ ମଣ୍ଡି ଚାଲୁ କରିବାପାଇଁ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବାରୁ ପରବର୍ତ୍ତୀ ସମୟରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚାଷୀ ଗୌରହରି ବାଗ, ଟିକଚନ୍ଦ ବାଗ, କମଳ କାନ୍ତ ବାଗ, ଅଜିତ କୁମାର ପଣ୍ଡା, ବାରୁ ସୁନାନୀ, ବଳଭଦ୍ର କଣ୍ଟା ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଶାସନ ଏଦିଗରେ ଧ୍ୟାନ ନଦେଲେ ଆଗକୁ ଏକ ବଡ ଧରଣର ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in





