ଡୁଲେ ରକର ବିରୁଦ୍ଧରେ ଧର୍ମଗଡ ଥାନାରେ ଏତଲା

ଧର୍ମଗଡ: ଭବାନୀପାଟଣା ବ୍ଲକ ବୋର୍ଡା ଗାଁର ରାପ୍ ଗାୟକ ଡୋଳେଶ୍ବର ତାଣ୍ଡି ଓରଫ୍ ଡୁଲେ ରାପର ବିରୁଦ୍ଧରେ ଆଜି ଧର୍ମଗଡ଼ ଥାନାରେ ଏକ ଏତଲା ଦାଏର ହୋଇଛି। ଡୁଲେ ରକର ଏକ ଅଶ୍ଲିଳ ରାପ୍ ସଂଗୀତ ଗାନକରି ବିବାଦ ଭିତରକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଅଶ୍ଲିଳ ଭିଡିଓ ସଂଗୀତ ଭାଇରାଲ ପରେ ବିଭିନ୍ନ ମହଲରୁ ତିବ୍ର ନିନ୍ଦା କରାଯାଇଛି। ଆଜି ଧର୍ମଗଡ ସର୍ବଦଳୀୟ ଯୁବକ ସର୍ବଶ୍ରୀ ଜନ୍ମେଜୟ ନାଏକ (ପୂର୍ବତନ ସମିତି ସଭ୍ୟ), ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ୱର ଲହଜଳଙ୍କ ସହ ବ୍ରଜେସ ପଣ୍ଡା, ବିଶ୍ୱରଞ୍ଜ ପତ୍ର ପ୍ରମୁଖ ଡୁଲେ ଗାଇଥିବା ଏହି ଅଶ୍ଲିଳ ସଂଗୀତକୁ ଦୃଢ଼ ନିନ୍ଦା କରିବା ସହ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଶ୍ଲିଳ ରାପ୍ ଗୀତରେ ଡୁଳେଶ୍ବର ମହିଳା ମାନଙ୍କୁ ଅପମାନିତ, ଅତ୍ୟନ୍ତ ନ୍ୟୁନ ତଥା ଉପଭୋଗର ବସ୍ତୁ ଭଳି ବିକୃତ କରି ଗୀତ ଗାଇଥିବାରୁ ଏହାକୁ ଦୃଢ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Omkar Vasthu
Omkar Vasthu

ଧର୍ମଗଡ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.