ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମାମୁଁ-ଭଣଜା ମୃତ, ଭାଣିଜି ଗୁରୁତର

ମାଲକାନଗିରି: ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ମାମୁଁ ଓ ଭଣଜାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଭାଣିଜି ଗୁରୁତର ହୋଇଥିବା ଜଣାପଡିଛି। ମାଲକାନଗିରି ଜିଲା ଗୌଡ଼ଗୁଡ଼ାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ପ୍ରାପ୍ତ ସୂଚନା ଆଧାରରେ, ଏମ୍‌ଭି-୯ ଗ୍ରାମରୁ ଏକ ଟ୍ରକ୍‌ ମାଲକାନଗିରି ଅଭିମୁଖେ ଯାଉଥିଲା। ଏହି ସମୟରେ ଏମ୍‌ଭି-୧ ଗ୍ରାମର ମିଥୁନ ବିଶ୍ବାସ (୨୮) ଭଣଜା ପୀୟୁଷ ଦାସ (୪) ଏବଂ ଭାଣିଜି ସୁଚିତ୍ରା (୨୬)ଙ୍କୁ ବାଇକରେ ବସାଇ ଏମ୍‌ଭି-୯ ଅଭିମୁଖେ ଯାଉଥିବା ସମୟର ଗୌଡ଼ଗୁଡ଼ା ନିକଟରେ ମିଥୁନଙ୍କ ବାଇକ୍ ସହ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମିଥୁନ ଏବଂ ପୀୟୂଷଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ସୁଚିତ୍ରା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସୁଚିତ୍ରାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.