ରୁପ୍ରାରୋଡ, ନର୍ଲା, ବୁଢୀପଦରରେ ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି,୧୫/୨: ସୁରକ୍ଷା ବାହିନୀଙ୍କ ଉପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦେଶବାସୀ ଦାବି କରିଛନ୍ତି । ଦେଶରେ ପାକିସ୍ତାନ ବିପକ୍ଷରେ ବିକ୍ଷୋଭ ଜାରି ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ, ନର୍ଲା, ବୁଢୀପଦର ଆଦି ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

Omkar Vasthu
Omkar Vasthu

ରୁପ୍ରାରୋଡ ଠାରେ ସହିଦ ଯବାନଙ୍କ ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ସହିଦ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା । ମାରୱାଡି ସମ୍ମେଳନ, ଦ୍ରୋଣାଚାର୍ଯ୍ୟ ସ୍କୁଲ, ରୁପ୍ରାରୋଡର ଯୁବ ସମାଜ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ରାଜେଶ ଦତ୍ତା, ରତନ ଅଗ୍ରୱାଲ, ଭାରତୀ ମହାନ୍ତି, ଗୋବିନ୍ଦ ଖେତାନ, ଅଶୋକ କମାନୀ, କୈଲାସ ସା, ଅମିତ, ଆଶୁ, ଟିଙ୍କୁ ପ୍ରମୂଖ ଏଥିରେ ସାମିଲ ହୋଇ ସହିଦ ଯବାନଙ୍କ ପାଇଁ ଗଭିର ଶୋକ ବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସେହିପରି ନର୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଦେବାସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ କଡ଼ା ଜବାବ ଦେବାକୁ  ଦାବି କରିଛନ୍ତି ସଂଘର ସଭାପତି ଲିଙ୍ଗରାଜ ମିଶ୍ର, ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ମନୋଜ ଷଢଙ୍ଗୀ, ଅଭିରାମ ନନ୍ଦ, ନିରଞ୍ଜନ ଗଉଡ ଓ ପ୍ରେମଲାଲ ପଣ୍ଡା ।

Udyog Nursery
Udyogi Nursery

ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାପତି ସଂଜୟ ଧଙ୍ଗଡାମାଝୀ,ବିଜୟ ଧଙ୍ଗଡାମାଝୀ,ଜୟଦ୍ରଥ ଜାଲ,ସୁଧୀର ଧଙ୍ଗଡାମାଝୀ, ଯୁବ ଯାଦବ ମହାସଭାରୁ ଶତ୍ରୁଘନ ଧଙ୍ଗଡାମାଝୀ , ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀ, ମାଣିକେଶ୍ବରୀ ମହିଳା ସଂଗଠନ ବୁଢୀପଦରରୁ ସଭାନେତ୍ରୀ ସବିତା ବିଶି ,ସଂପାଦିକା ସଂଯୁକ୍ତା ନାଗ ଯାଦବ ପ୍ରମୂଖ ଏହି ଘଟଣାକୁ ତିବ୍ର ନିନ୍ଦା କରିବାସହ ପାକିସ୍ଥାନକୁ ଏକ ଘରକିଆ କରିବାସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଆହ୍ବାନ କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।ସୂଚନାଯୋଗ୍ୟ, ଗତକାଲି ଜମ୍ମୁ-କଶ୍ମୀର‌େର ପାକିସ୍ତାନୀ ଆତଙ୍କବାଦୀମାନେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଥିଲେ। ଏଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ଶତାଧିକ ଯବାନ ମଧ୍ୟ ଆହତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.