ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଗାନ୍ଧିନଗର ଶିକ୍ଷା କ୍ଳଷ୍ଟର ତରଫରୁ ସ୍ଥାନୀୟ ବୁଦୁରାୱାଲସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଳକ ଶିକ୍ଷାଧିକାରୀ(ବିଇଓ) ଭଜନଲାଲ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ।
ଏବିଇଓ ୱାଂରାହୀ ଶବର, ଛବିଲାଲ ସିଂ ଓ ବଳରାମ ହୁଇକା,ସିଆରସିସି ପ୍ରଶାନ୍ତି ସାହୁ ଓ ଜଗତ କୁମାର ବେବର୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ପ୍ରତି ବିଦ୍ୟାଳୟ ପରିସରକୁ ସବୁଜ ବିଦ୍ୟାଳୟ କରିବା ସହ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ବଗିଚା କରି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ନିମନ୍ତେ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ଶ୍ରୀ ମାଝି ପ୍ରବର୍ତାଇଥିଲେ । ସିଆରସିସି ପ୍ରଶାନ୍ତି ସାହୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ବୁଦୁରାୱାଲସା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମଲତା ମିଶ୍ର ଓ ସୁନିତା ମିଶ୍ର ସହଯୋଗ କରିଥିଲେ ।
ଗାନ୍ଧୀନଗର କ୍ଳଷ୍ଟରର ପ୍ରତାପ ଚନ୍ଦ୍ର ବାତ୍ରିୟା, ବିଶ୍ୱ ପ୍ରକାଶ ଦାସ, ପ୍ରଣତୀ ହିମିରିକା, ଲକ୍ଷ୍ମୀନାରାୟଣ ଗନ୍ତାୟତ, ମନ୍ମଥ ତୁଳ, ନିରଂଜନ କାଦାମ୍ବାଲୁ, ମନୋରଂଜନ ନାୟକ, ଟି.ଭି.ଭି.ସତ୍ୟନାରାୟାଣା, ମନୋରଂଜନ ନାୟକ ଓ ନୀଳାଂଚଳ ମିଶ୍ର ପ୍ରମୁଖ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ବୃନ୍ଦ ଓ ବୁଦୁରାୱାଲସା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିି ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।