ଚାଷୀଙ୍କ କାମରେ ଆସୁନାହିଁ ଆଡ଼ିବନ୍ଧ, ପାଣିରେ ପଡିଲା ୩୭ ଲକ୍ଷ

ସମସ୍ୟାର ସମାଧାନ କରିବାକୁ ଦାବୀକଲେ ଚାଷୀକୂଳ

ଜୁନାଗଡ଼: ଜଳ ସେଚନ ବିଭାଗ ପକ୍ଷରୁ ୩୭ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ନିର୍ମିତ କଲିଆକୁଣ୍ଡଲ ହାଲେର ଯୋରର ଆଡ଼ିବନ୍ଧ ଚାଷୀଙ୍କ କୈାଣସି କାମରେ ଆସୁନଥଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଳ ଗ୍ରାମର ହାଲେର ଯୋରରେ ୨୦୧୭-୨୦୧୮ ଆର୍ଥିକ ବର୍ଷରେ ନିର୍ମିତ ଏହି ଆଡିବନ୍ଧ ଉପରେ ଶତାଧିକ କୃଷକ ଉପକୃତ ହେବେ ବୋଲି ଆଶା ରଖିଥିଲେ। କିନ୍ତୁ ନିମ୍ନ ମାନର କାର୍ଯ୍ୟ ଓ ଅଦୂରଦର୍ଶିତା ଯୋଗୁଁ ଏହା ଚାଷିଙ୍କ କ୍ଷେତ୍ରକୁ ଜଳ ଯୋଗାଇବାରେ ଅକ୍ଷମ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିର୍ମାଣର ମାସ କେଇଟା ପରେ ପାର୍ଶ୍ୱ କାନ୍ଥ ଭୁଶୁଡି ପଡିବା ଓ ଜମିରେ ପାଣି ମାଡୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ କୋଣସି ସୁଫଳ ମିଳିନଥିବା ଯୋଗୁଁ ଚାଷୀ ଅସନ୍ତୋଷ ତିବ୍ର ରୂପ ଧାରଣ କରିଛି। ତେଣୁ ଏନେଇ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେଇ ସମସ୍ୟାର ଆଶୁ ସମାଧାନ କରିବାକୁ ଏହି ପ୍ରକଳ୍ପ ଉପରେ ନିର୍ଭରଶିଳ ଚାଷୀମାନେ ଦାବୀ କରିଛନ୍ତି।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.