ସରସ୍ଵତୀ କଳା ପରିଷଦ ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ସଭା

● ଯୁବ ସମାଜସେବୀ ସଞ୍ଜୟ ସାହୁଙ୍କ ସମେତ ଅନେକ ସମାଜସେବୀ ଓ ୨୦ଜଣ ସାମ୍ବାଦିକ ହେଲେ ସମ୍ବର୍ଦ୍ଧିତ

କଟକ, (ଚକ୍ରବର୍ତ୍ତୀ ଓତା): ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ନାଟ୍ୟକାର ଆଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ କଟକ ସଦର ବ୍ଲକ କନ୍ଦରପୁର କଳା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ କନ୍ଦରପୁର ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ମେଡିକାଲ୍ ଅଫିସର ସଂଜିବ ମହାନ୍ତି, ସମାଜସେବୀ ଅଭିରାମ ସାହୁ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇଂ. ଆଶୋକ ବିଶ୍ଵାଳ, ରୁଦ୍ର ନାରାୟଣ ଦାସ, ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ଗଣମାଧ୍ୟମ ପ୍ରତିନଧି ଏବଂ ସମାଜସେବା କ୍ଷେତ୍ରରେ କୃତିତ୍ୱ ପାଇଁ ଯୁବ ସମାଜସେବୀ ସଞ୍ଜୟ ସାହୁଙ୍କ ସମେତ ପ୍ରଭାତ କୁମାର ଖଟୁଆ, ଇଂ. ବସନ୍ତ କୁମାର ରାଉତ, ସଚ୍ଚିଦାନନ୍ଦ ବାରିକ, ଭାସ୍କର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ ସମ୍ପାଦକ ଦଇତାରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.